Thursday, February 19, 2026
18.1 C
Odisha

    ଭାଇ ଭାଇ ଆଶ୍ରମ କେଳେଙ୍କାରୀ, ନାବାଳିକା ଦୁଷ୍କର୍ମ ମାମଲାରେ ବାବା ଓ ସହଯୋଗୀ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀର ଦେଉଳିଆପାଟଣା ଭାଇ ଭାଇ ଆଶ୍ରମ ବାବା ଗିରଫ ।  ବାବା ଅଜୟ ସାମନ୍ତରାୟକୁ ଗିରଫ କଲା ପୋଲିସ୍ ।  ଇନଫୋଭାଲି ଦେଉଳିଆ ପାଟଣା ଆଶ୍ରମ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରି ଏଭଳି କେଳେଙ୍କାରୀର ଖୁଲାସା କରିଛି ପୋଲିସ ।

    ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତ ମୁକ୍ତି ଦାସ ଓ ସୁରଜ୍ ରାଉତକୁ ଭଦ୍ରକରୁ ଗିରଫ କରିଛି ପୋଲିସ ।  ଗୁଳିମାଡ଼ କାରଣ ଖୋଜୁ ଖୋଜୁ ଆଶ୍ରମ କେଳେଙ୍କାରୀର ବଦଲା ନେବାକୁ ଏଭଳି ଗୁଳିମାଡ଼ ହୋଇଥିବା ଖୁଲାସା ହୋଇଛି । ୨୦୨୨ମସିହାରେ ଦଶମ ପରୀକ୍ଷାରେ ଭଲ କରିବା ପାଇଁ ଆଶ୍ରମକୁ ଆସିଥିଲେ ଜଣେ ନାବାଳିକା ।

    ଯାହାଙ୍କୁ ସେବେଠୁ ପୂଜା ପାଠ ଆଳରେ ଯୌନ ଶୋଷଣ କରି ଆସୁଥିଲେ ବାବା ଓ ତାଙ୍କ ସହଯୋଗୀ ।  ଯାହାକୁ ନେଇ ଆଶ୍ରମର କେଳେଙ୍କାରୀ ନେଇ ବଦଲା ନେବାକୁ ପୀଡିତାର ସମ୍ପର୍କୀୟ ଯୋଜନା କରିଥିଲେ ।  ଗତ ପାଞ୍ଚ ତାରିଖରେ ଆଶ୍ରମରେ ବାବାକୁ ଟାର୍ଗେଟ କରି ଆସି ଗୁଳିମାଡ଼ ବେଳେ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଥିଲା।

    ପୋଲିସ ଫାୟାରି କେସର ଗୁମର ଫିଟାଉ ଫିଟାଉ ୪ ବର୍ଷ ତଳର ନାବାଳିକା ଯୌନ ଶୋଷଣର ସୁରାକ ପାଇଥିଲା ପୋଲିସ ।  ଏନେଇ ଆଶ୍ରମରେ ନାବାଳିକା ଦୁଷ୍କର୍ମ ମାମଲାରେ ବାବା ସହ ସହଯୋଗୀ ଗିରଫ ସହ ଅନ୍ୟ ଜଣେ ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୪ଜଣଙ୍କୁ ଗିରଫ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.1 ° C
    18.1 °
    18.1 °
    63 %
    2.4kmh
    0 %
    Wed
    18 °
    Thu
    34 °
    Fri
    35 °
    Sat
    36 °
    Sun
    36 °

    ସମ୍ବନ୍ଧିତ