Tuesday, March 31, 2026
29.8 C
Odisha

    ଭାରତକୁ ଏଫ-୩୫ ବିକ୍ରି ନେଇ ବଢିଲା ପାକିସ୍ତାନର ଟେନସନ୍

    ଆଗକୁ ପଢନ୍ତୁ

    ଇସ୍ଲାମାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏଫ-୩୫ ଷ୍ଟିଲଥ୍ ଲଢୁଆ ବିମାନ ଯୋଗାଇଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ପାକିସ୍ତାନର ଟେନସନ ବଢିଯାଇଛି । ଆମେରିକାର ଏହି ପଦକ୍ଷେପକୁ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତି ବିପଦ ବୋଲି ପାକିସ୍ତାନ କହିଛି।ଏଭଳି ପଦକ୍ଷେପ ଆଞ୍ଚଳିକ ସାମରିକ ସନ୍ତୁଳନକୁ ବ୍ୟାହତ କରିବା ସହ ରଣନୈତିକ ସ୍ଥିରତାକୁ ଦୁର୍ବଳ କରିପାରେ ବୋଲି ପାକିସ୍ତାନ କହିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତରେ ଅତ୍ୟାଧୁନିକ ସାମରିକ ଜ୍ଞାନକୌଶଳର ଯୋଜନାବଦ୍ଧ ଆଗମନ ଆମର ଚିନ୍ତାକୁ ବଢାଇଦେଇଛି ।

    ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଆମେ ଆମର ଅନ୍ତର୍ଜାତୀୟ ସହଯୋଗୀମାନଙ୍କୁ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ନିରାପତ୍ତା ପ୍ରସଙ୍ଗରେ ଏକ ବ୍ୟାପକ ଏବଂ ଉଦ୍ଦେଶ୍ୟମୂଳକ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରୁଛୁ । ସେ କହିଛନ୍ତି ଯେ ଆମର ସମସ୍ତ ସହଯୋଗୀ ମାନେ ଏକତରଫା ସମର୍ଥନ କରିବାରୁ ଦୂରେଇ ରହିବା ଉଚିତ୍।

    ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଠକ ପରେ ଭାରତ ଏବଂ ଆମେରିକା ମଧ୍ୟରେ ୧୦ ବର୍ଷର ପ୍ରତିରକ୍ଷା ଭାଗିଦାରୀ ଏବଂ ପ୍ରମୁଖ ଅସ୍ତ୍ରଶସ୍ତ୍ର ସହ-ଉତ୍ପାଦନ ଜାରି ରଖିବା କୁ ଘୋଷଣା କରିଥିଲେ । ଏହା ସହିତ ଡୋନାଲ୍ଡ ଟ୍ରମ୍ପ ଭାରତକୁ ସାମରିକ ସାମଗ୍ରୀ ବିକ୍ରି ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ଯେଉଁଥିରେ ଏଫ-୩୫ ଷ୍ଟିଲଥ୍ ଲଢୁଆ ବିମାନର ସମ୍ଭାବ୍ୟ ଯୋଗାଣ ମଧ୍ୟ ସାମିଲ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.8 ° C
    29.8 °
    29.8 °
    32 %
    1.5kmh
    76 %
    Tue
    29 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ