Wednesday, October 14, 2026
22.5 C
Odisha

    ଲକ୍ଷପତି ଦିଦି ଯୋଜନା’ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ‘ଲକ୍ଷପତି ଦିଦି ଯୋଜନା’ କାର୍ଯ୍ୟକାରୀ ନିମନ୍ତେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତି ଦେଇଥିଲେ। ଏହି ବିବୃତି ପରେ ଆଜି ହଜାରରୁ ଅଧିକ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି। ନିଜେ ଲକ୍ଷପତି ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଲକ୍ଷପତି ହେବା ପାଇଁ ସାହାଯ୍ୟ କରନ୍ତୁ। ଲକ୍ଷପତି ଦିଦି ଯୋଜନା ହେଉଛି ପ୍ରଧାନମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ସ୍ୱପ୍ନ। ‘ସୁଭଦ୍ରା’ ଯୋଜନାରେ ମିଳୁଥିବା ସହାୟତା ରାଶିକୁ ବିଭିନ୍ନ ବ୍ୟବସାୟରେ ବିନିଯୋଗ କରି ଘରର ରୋଜଗାର ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

    ଗତ ସରକାର ମହିଳା ସଶକ୍ତୀକରଣ ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରିଥିଲେ। କେବଳ ନିଯୁକ୍ତି ଦେଲେ ତ ହବନି, ପାରିଶ୍ରମିକ ମଧ୍ୟ ସେମାନଙ୍କୁ ଦିଆଯିବା ଦରକାର। ଗତ ସରକାର ସେମାନଙ୍କୁ ଅଣଦେଖା କରିଥିଲେ। ବିଗତ ୧୦ ମାସ ହେଲାଣି ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ପାରିଶ୍ରମିକ ପାଇନାହାନ୍ତି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାକୁ ଗୁରୁତ୍ୱର ସହ ନେଇ ସେମାନଙ୍କ ବକେୟା ପାରିଶ୍ରମିକ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ  ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଲକ୍ଷପତି ଦିଦି ସହାୟତା ଯୋଜନାରେ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସାମିଲ କରାଯିବ। ସେମାନଙ୍କ ବକେୟା ପାରିଶ୍ରମିକ ସହ ନିୟମିତ ପାରିଶ୍ରମିକ ପ୍ରଦାନ କରାଯିବ। ଜିପିଏଲ୍‌ଏଫ୍‌ଙ୍କୁ ସୁଦୃଢ଼ କରାଯିବ। ପୂର୍ବରୁ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯାଇଛି। ବର୍ତ୍ତମାନ ଏହି ଯୋଜନା ମାଧ୍ୟମରେ ମହିଳାମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବା ସହ ସମୃଦ୍ଧ ମଧ୍ୟ ହେବେ। ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ମହିଳା କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ। ଏଥିପାଇଁ  ପିପିଏଲ୍‌ଏଫ୍‌ମାନଙ୍କୁ ଅନୁଦାନ ପ୍ରଦାନ କରାଯିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଭାଗୀୟ ସଚିବ ଓ ଓଡ଼ିଶା ଜୀବିକା ମିସନ ନିର୍ଦ୍ଦେଶିକା ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ