Monday, March 30, 2026
27.4 C
Odisha

    ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ: ଶଙ୍କରାଚାର୍ଯ୍ୟ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ବେଳାଭୂମିରେ ଗତକାଲି ମହୋଦଧି ଆଳତିର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପୁରୀ ଜଗତଗୁରୁ ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ଭାରତକୁ ହିନ୍ଦୁ ରାଷ୍ଟ୍ର ରାଷ୍ଟ୍ର ଘୋଷଣା କରାଯାଉ। ଏହାଦ୍ବାରା ଅନ୍ୟ ୨୩ ଦେଶ ହିନ୍ଦୁ ରାଷ୍ଟ୍ର ଘୋଷଣା ହୋଇପାରିବେ ।ସମଗ୍ର ବିଶ୍ବ ଏହି ଘୋଷଣାକୁ ଅପେକ୍ଷା କରିଥିବା ଗୁରୁଜୀ କହିଥିଲେ ପୁରୀ ବିଶ୍ବର ରାଜଧାନୀ। ପୁରୀ ବେଳାଭୂମି ମହୋଦଧି ତୀର୍ଥ ଭାବେ ପ୍ରସିଦ୍ଧ; କିନ୍ତୁ ଏହାର ପବିତ୍ରତା ଏବଂ ଆଧ୍ଯାତ୍ମକ ପରିବେଶ ରକ୍ଷା କରାଯାଉନାହିଁ । ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

    ପୁରୀ ସାଂସଦ ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ସୁରେଶ ରାଉତରାୟ, ସ୍ବାମୀ ଅସୀମାନନ୍ଦ ସରସ୍ବତୀ ଏବଂ ସ୍ଵାମୀ ସଚ୍ଚିଦାନନ୍ଦ ମହାରାଜ, ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। ମହୋଦଧ ଆଳତି ସଞ୍ଚାଳନ ସମିତି ସଭାପତି ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ବିନ ବିନୀତ ଅଗ୍ରୱାଲଙ୍କ ସମେତ ଶତାଧିକ ସାଧୁ ସନ୍ଥ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ