Saturday, July 26, 2025
26.6 C
Odisha

    ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍: ଜାଣନ୍ତୁ କେଉଁଠି ଗଡ଼ିବ, କଣ ରହିଛି ସୁବିଧା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରେ ଗଡିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହରିୟାଣା ଜିନ୍ଦ-ସୋନିପତ ରୁଟରେ ଗଡିବ ଟ୍ରେନ୍ । ଦିଲ୍ଲୀ ଡିଭିଜନର ୮୯ କିଲୋମିଟର ରୁଟରେ ପ୍ରଥମ ଥର ପାଇଁ ହାଇଡ୍ରୋଜେନ୍ ଟ୍ରେନ୍ ଗଡିବାକୁ ଯାଉଛି ।ତେବେ ଏହି ହାଇଡ୍ରୋଜେନ୍ ଟ୍ରେନରେ ମୋଟ ୮ଟି ଯାତ୍ରୀବାହୀ କୋଚ୍ ରହିବ । ଯେଉଁଥିରେ ଏକା ସାଙ୍ଗରେ ୨୬୩୮ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଯାତ୍ରୀବାହୀ କୋଚ୍ ଛଡା ଅନ୍ୟ ୨ଟି କୋଚ୍ ହାଇଡ୍ରୋଜେନ୍ ସିଲିଣ୍ଡର ପାଇଁ ରହିବ । ଚେନ୍ନାଇ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ଏହାର କାମ ଚାଲୁ ରହିଛି । ତେବେ ଏହି ହାଇଡ୍ରୋଜେନ୍ ଟ୍ରେନର ସର୍ବାଧିକ ଗତି ଘଣ୍ଟାପ୍ରତି ୧୧୦ କିଲୋମିଟର ରହିବ ।

    ଜର୍ମାନୀରେ ଏହି ହାଇଡ୍ରୋଜେନ୍ ଟ୍ରେନର ୨ଟି ବଗି ଟ୍ରାକରେ ଗଡୁଥିବା ବେଳେ ଅନ୍ୟ କେଉଁଠି ଏହି ଅଭିଯାନ ସଫଳ ହୋଇନି । ଏହି ହାଇଡ୍ରୋଜେନ୍ ଟ୍ରେନ ଶବ୍ଦ ପ୍ରଦୂଷଣକୁ କମ୍ କରିବ ଅର୍ଥାତ ଏହାର ହର୍ଣ୍ଣ ଖୁବ କମ୍ ଅଟେ । ତେବେ ଏହି ଟ୍ରେନ୍ ଥରକେ ୧୪୦ କିମି ଘଣ୍ଟା ପ୍ରତି ବେଗରେ ୧୦୦୦ କିଲୋମିଟର ଯାଏଁ ଚାଲିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    81 %
    3.7kmh
    99 %
    Sat
    27 °
    Sun
    30 °
    Mon
    30 °
    Tue
    28 °
    Wed
    30 °

    ସମ୍ବନ୍ଧିତ