ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁ ସେନାକୁ ପ୍ରାୟ ୧୯୫୦ କୋଟି ଟଙ୍କା ଖର୍ଚ୍ଚରେ ଦୁଇ ପର୍ବତୀୟ ରେଡାର ସମ୍ବନ୍ଧିତ ଉପକରଣ ଦେବା ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହିତ ଏକ ଚୁକ୍ତି କରିଛି। ଏହି ରେଡାର ସ୍ଥାପନ ଓ ସଞ୍ଚାଳନ ହେଲେ ଦେଶ ଆକାଶ ମାର୍ଗରେ ସୁରକ୍ଷା ଦିଗରୁ ଅଧିକ ମଜଭୁତ ହେବ। ଏହାକୁ ସମ୍ପୂର୍ଣ୍ଣ ସ୍ବଦେଶୀ ରୂପେ ପ୍ରସ୍ତୁତ ଓ ବିକଶିତ କରାଯାଇଛି। ଏହି ରେଡାର ବିଶେଷ ରୂପେ ଉଚ୍ଚ ସ୍ଥାନ ଯଥା ଲଦାଖ ଓ ଅରୁଣାଚଳ ପ୍ରଦେଶ ଭଳି ଦୁର୍ଗମ ଅଞ୍ଚଳରେ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ। ୪୦୦ କିଲୋମିଟର ଦୂରରୁ ଏହା ଡ୍ରୋନ୍, ହେଲିକପ୍ଟର ଓ ଲଢୁଆ ବିମାନ ଆଦିକୁ ଠାବ କରି ସତର୍କ କରିପାରିବ।
