Friday, May 9, 2025
38.3 C
Odisha

    ଭାରତ ଅଲମ୍ପିଆଡରେ କଟକ ସେଣ୍ଟ ଜାଭିୟର୍ସର ୪ ରାଜ୍ୟସ୍ତରୀୟ ଟପ୍ପର

    ଆଗକୁ ପଢନ୍ତୁ

    କଟକ : ଭାରତ ଅଲମ୍ପିଆଡ ୨୦୨୪–୨୫ରେ କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି। ଚଳିତ ଏପ୍ରିଲ ୧୧ରେ ଭାରତ ଅଲିମ୍ପିଆଡ ଫାଉଣ୍ଡେସନ (BOF) ଆଠଟି ବିଷୟ ଉପରେ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରୀୟ ଟପ୍ପର ମାନଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ କଟକ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ୪ ଜଣ ଛାତ୍ର ବିଭିନ୍ନ ବିଷୟରେ ସମ୍ମାନ ସ୍ତରୀୟ ଟପ୍ପର ହୋଇ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଆହୁରି ମଧ୍ୟ ୧୦୬ ଜଣ ଛାତ୍ର ଛାତ୍ରୀ ସ୍ବର୍ଣ୍ଣ ଓ ରୌପ୍ୟ ପଦକର ଅଧିକାରୀ ହୋଇପାରିଛନ୍ତି। ସେହିପରି କୃତ୍ରିମ ବୁଦ୍ଧିମତା, ସ୍ଟେମ ଓ ଆପଟିଚ୍ୟୁଡରେ ଛାତ୍ରୀ ମାନେ ସଫଳତା ଲାଭ କରିଛନ୍ତି। ଏହି ସଫଳତା ପରେ ଶୁକ୍ରବାର ସକାଳେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକ କୃତି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ତଥା ମାନପତ୍ର ପ୍ରଦାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ