Sunday, March 22, 2026
32.5 C
Odisha

    ଭାରତ ପାଇଁ ଆଶ୍ବସ୍ତି, ପହଞ୍ଚିଲା ଏଲପିଜି ବୋଝେଇ ଜାହାଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ବିଶ୍ବସ୍ତରରରେ ଶକ୍ତି ଯୋଗାଣକୁ ନେଇ ଅନିଶ୍ଚିତତା ଥିବାବେଳେ ଅନ୍ୟପଟେ ଏଲପିଜି ମାଲବାହୀ ଜାହାଜ ଭାରତର ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ ପହଞ୍ଚିଛି । ଆଜି ମାଲବାହୀ ଜାହାଜ ‘PYXIS PIONEER’ ଆମେରିକାର ଟେକ୍ସାସର ନେଦରଲ୍ୟାଣ୍ଡ ବନ୍ଦରରୁ ବାହାରି ଭିତର ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ ଲଙ୍ଗର ପକାଇଛି । ପୋର୍ଟ ଅଫିସରଙ୍କ ଅନୁଯାୟୀ, ଏହି କାର୍ଗୋ ଜାହାଜ ଲିକିଫାଇଡ ପେଟ୍ରୋଲିୟମ୍ ଗ୍ୟାସର ବଡ଼ ପରିମାଣ ନେଇ ଭାରତ ଆସିଛି । ଯାହା ଯୋଗାଣକୁ ସୁଦୃଢ କରିବ ।

    ସୂଚନାନୁଯାୟୀ, ଏହି ମାଲବାହୀ ଜାହାଜ ଏପରି ସମୟରେ ଭାରତରେ ପହଞ୍ଚିଛି ଯେତେବେଳେ ଇରାନ୍-ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା ଯୋଗୁଁ ମଧ୍ୟପୂର୍ବ ଏସିଆରେ ତୈଳ ଏବଂ ଗ୍ୟାସ ଯୋଗାଣ ଉପରେ ପ୍ରଭାବିତ କରିବା ଆଶଙ୍କା ରହିଛି । ଏହି ପରିବହନ ଭାରତ ପାଇଁ ଖୁବ୍ ମହତ୍ତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯଦି ମଧ୍ୟପୂର୍ବ ଏସିଆର ପରିସ୍ଥିତି ଆହୁରି ଖରାପ ହୁଏ ତେବେ ଗ୍ଲୋବାଲ ଏନର୍ଜି ମାର୍କେଟରେ ଇନ୍ଧନର ମୂଲ୍ୟ ବଢିପାରେ ବୋଲି ବିଶେଷଜ୍ଞମାନେ ବିଶ୍ବାସ କରନ୍ତି । ଯୁଦ୍ଧ ମଧ୍ୟରେ ଏହି ବିକଳ୍ପ ଉତ୍ସରୁ ଇନ୍ଧନ ଏବଂ ଗ୍ୟାସ ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ‘PYXIS PIONEER’ ସମୟ ହିସାବରେ ପହଞ୍ଚିବା ଦେଶ ପାଇଁ ଏହାକୁ ସକରାତ୍ମକ ସଙ୍କେତ ଭାବେ ମାନାଯାଇଥାଏ ।

    ବର୍ତ୍ତମାନ ଜାହାଜରୁ ଏଲପିଜି ଅନଲୋଡ୍ କରିବାର ପ୍ରକ୍ରିୟା ନ୍ୟୁ ମାଙ୍ଗାଲୋର ବନ୍ଦରରେ ଆରମ୍ଭ ହୋଇଛି । ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ଯାଇ ସମସ୍ତ ଜରୁରୀ ତଦନ୍ତ କରାଯାଉଛି । ଯାହାଦ୍ବାରା କୌଣସି ଦୁର୍ଘଟଣାର ସମ୍ଭାବନା ନାହିଁ । ଏହି ପ୍ରକାରର ଯୋଗାଣ ଭାରତ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ । ଯୁଦ୍ଧ ମଧ୍ୟରେ ଏହି ଖବର ସାମ୍ନାକୁ ଆସିବା ପରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତିର କାରଣ ପାଲିଟିଛି । ଯାହା ଘରୋଇ ଗ୍ୟାସର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ