Friday, October 31, 2025
22.3 C
Odisha

    ଭାରତ ବିରୋଧରେ ଷଡଯନ୍ତ୍ର ବନ୍ଦ କରୁ ପାକିସ୍ତାନ : ପ୍ରତିରକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରେସନ ସିନ୍ଦୂରରେ ସାମିଲ ଯବାନଙ୍କୁ ଭେଟି ଆଲୋଚନା କରିବା ସହ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନଙ୍କୁ ସମ୍ବୋଧନ କରି ରାଜନାଥ ସିଂ କହିଛନ୍ତି ଯେ ଅପରେସନ ସିନ୍ଦୂରରେ ଆପଣ ଯାହା କଲେ ସେଥିପାଇଁ ପୁରା ଦେଶବାସୀ ଗର୍ବିତ । ଭାରତର ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ପାକିସ୍ତାନ ବଙ୍କରକୁ ଆପଣ ଯେପରି ଧ୍ୱଂସ କଲେ ଶତ୍ରୁ କେବେ ଭୁଲି ପାରିବନି । ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି । ସନ୍ଦେଶ ହେଉଛି ଦେଶବାସୀ ଆପଣଙ୍କ ଉପରେ ଗର୍ବିତ ।

    ଅପରେସନ ସିନ୍ଦୂର ଭାରତର ଆତଙ୍କବାଦୀଙ୍କ ବିରୋଧରେ ସବୁଠୁ ବଡ ପଦକ୍ଷେପ ହୋଇଛି । ଭାରତ ପୁରା ବିଶ୍ୱକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି । ଏବେ ଭାରତ ବିରୋଧରେ ଷଡଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ହାତରେ ପରମାଣ ବୋମା ରହିବା ସୁରକ୍ଷିତ କି? ଆତଙ୍କବାଦ ଓ ଆଲୋଚନା ଏକା ସାଙ୍ଗରେ ଚାଲିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି କଥାବର୍ତ୍ତା ହେବ କେବଳ ପିଓକେ କୁ ନେଇ । ଆମେ ପାକିସ୍ତାନର ପରମାଣୁ ବୋମା ବ୍ଲାକମେଲିଂକୁ ସହ୍ୟ କରିବୁନି ବୋଲି ଦୃଢ ଭାବରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.3 ° C
    22.3 °
    22.3 °
    98 %
    1.7kmh
    76 %
    Thu
    22 °
    Fri
    29 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ