Wednesday, September 9, 2026
29.9 C
Odisha

    ଭାରତ ଭଳି ଆମେରିକାରେ ହେବ ଭୋଟର ଆଇଡି

    ଆଗକୁ ପଢନ୍ତୁ

    ୱାଶିଂଟନ  : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଭୋଟର ପରିଚୟପତ୍ର ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ପ୍ରସ୍ତାବିତ ‘ସେଭ୍ ଆମେରିକା ଆଇନ’ ଗୃହୀତ କରିବା ପାଇଁ ଭାରତର ନିର୍ବାଚନ ବ୍ୟବସ୍ଥାର ଉଦାହରଣ ଦେଇଛନ୍ତି। ଆମେରିକାର ବୈଧ ଭୋଟରଙ୍କୁ ଚିହ୍ନଟ କରିବା ଲାଗି ଭାରତ ଭଳି ଭୋଟର ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ଟ୍ରମ୍ପ ଗୁରୁତ୍ବ ଦେଇଛନ୍ତି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ, ଭାରତର ଗତ ସାଧାରଣ ନିର୍ବାଚନରେ ପ୍ରାୟ ୬୪.୬ କୋଟି ଭୋଟର ଭାଗ ନେଇଥିଲେ, ଯେଉଁଥିରେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ବୈଧ ଫଟୋ ପରିଚୟପତ୍ର ଥିଲା ଓ ୧ ପ୍ରତିଶତରୁ କମ୍ ଲୋକ ଡାକ/ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ୍ ଦେଇଥିଲେ।

    ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆମେରିକା ପ୍ରଶାସନକୁ ପ୍ରଶ୍ନ କରିଥିଲେ ଯେ, ଆମେରିକାରେ ବୈଧ ଫଟୋ ଆଇଡି ବିନା କିପରି ନିର୍ବାଚନ ହୋଇପାରୁଛି? ଟ୍ରମ୍ପ ‘ସେଭ୍ ଆମେରିକା ଆଇନ’ ବିଲ୍ ଗୃହୀତ କରିବାକୁ ଜୋର ଦେଇଛନ୍ତି, ଯାହାଦ୍ୱାରା ଆମେରିକାରେ ଭୋଟର ପଞ୍ଜୀକରଣ ପାଇଁ ନାଗରିକତା ପ୍ରମାଣପତ୍ର, ଫଟୋ ଆଇଡି ବାଧ୍ୟତାମୂଳକ ହେବ ଏବଂ ଡାକ ଭୋଟ୍ ଉପରେ କଟକଣା ଲଗାଯାଇପାରିବ।
    ‘ସେଭ୍ ଆମେରିକା ଆଇନ’ ହେଉଛି ଆମେରିକାର ଏକ ପ୍ରସ୍ତାବିତ ଆଇନ, ଯାହାର ଲକ୍ଷ୍ୟ ହେଉଛି ଫେଡେରାଲ୍ ନିର୍ବାଚନରେ ଭୋଟ୍ ଗ୍ରହଣ ନିୟମକୁ କଡ଼ାକଡ଼ି କରିବା। ଟ୍ରମ୍ପ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟ୍ସ ଦଳକୁ ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ ଯୁକ୍ତି ଦର୍ଶାଇଛନ୍ତି ଯେ କେବଳ ଆମେରିକୀୟମାନେ ହିଁ ଆମେରିକା ନିର୍ବାଚନରେ ଭାଗ ନେବା ଉଚିତ୍। ଏହି ବିଲ୍‌ରେ ଆମେରିକାର ନିର୍ବାଚନ ନିୟମକୁ ଅନ୍ୟ ଦେଶଗୁଡ଼ିକ ସହ ତୁଳନା ମଧ୍ୟ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତ ଏବଂ ବ୍ରାଜିଲ୍ ଭଳି ଦେଶଗୁଡ଼ିକ ଭୋଟର ଆଇଡିକୁ ବାୟୋମେଟ୍ରିକ ଡାଟାବେସ୍ ସହ ଯୋଡ଼ିଥାନ୍ତି, ଯେତେବେଳେ କି ଆମେରିକା ମୁଖ୍ୟତଃ ନାଗରିକତାର ସ୍ୱ-ପ୍ରମାଣପତ୍ର ଉପରେ ନିର୍ଭର କରେ। ଏହା ସହିତ ଜର୍ମାନୀ, କାନାଡ଼ା, ଡେନମାର୍କ ଏବଂ ସ୍ୱିଡେନ ଭଳି ଦେଶଗୁଡ଼ିକରେ ବାଲାଟ୍ ଓ ଡାକ ଯୋଗେ ଭୋଟ୍‌ଦାନ ପାଇଁ ଥିବା କଡ଼ା ନିୟମାବଳୀ ଅନୁସରଣ କରିବାକୁ ପ୍ରସ୍ତାବ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ