Tuesday, September 29, 2026
24.9 C
Odisha

    ହାଇକୋର୍ଟରେ ବଢ଼ିବ ୱାର୍କିଂ ଷ୍ଟ୍ରେଙ୍ଗ୍‌ଥ,୪ ଆଇନଜୀବୀଙ୍କ ନାଁକୁ କଲେଜିୟମର ମଞ୍ଜୁରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟ ପାଇଁ ୪ ଆଇନଜୀବୀଙ୍କ ନାଁକୁ କଲେଜିୟମର ମଞ୍ଜୁରି ମିଳିଛି । ବିଚାରପତି ଅଭାବ ମଧ୍ୟରେ ବଢ଼ିବ ହାଇକୋର୍ଟର ୱାର୍କିଂ ଷ୍ଟ୍ରେଙ୍ଗଥ । ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଭାବ ମଧ୍ୟରେ ଆସିଛି ବଡ଼ ଖବର । ୪ ଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ୍ ମଞ୍ଜୁରି ଦେଇଛନ୍ତି । ଅଗଷ୍ଟ ୧୮ରେ ବସିଥିବା କଲେଜିୟମ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବିଚାରପତି ପଦ ପାଇଁ ଅନୁମୋଦିତ ୪ ଆଇନଜୀବୀ ହେଲେ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ର ।

    ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ସମ୍ପର୍କିତ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହେବା ପରେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ। ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି, ଯେତେବେଳେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଚିନ୍ତା ବଢ଼ିଛି। ହାଇକୋର୍ଟର ଅନୁମୋଦିତ ବିଚାରପତି ସଂଖ୍ୟା ୩୩, କିନ୍ତୁ ମୁଖ୍ୟ ବିଚାରପତିଙ୍କୁ ମିଶାଇ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ନିକଟରେ ପ୍ରାୟ ୧୭କୁ ଖସି ଆସିଥିଲା। ଅର୍ଥାତ୍ ଅନୁମୋଦିତ ପଦର ପ୍ରାୟ ଅଧା ଖାଲି ପଡ଼ିଥିଲା। ସାମ୍ପ୍ରତିକ ଅବସର, ଦୁଇ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କ ବଦଳି, ଏବଂ ଆସନ୍ତା ନଭେମ୍ବରରେ ଆଉ କିଛି ଅବସରକୁ ଦୃଷ୍ଟିରେ ରଖି ହାଇକୋର୍ଟର ୱାର୍କିଂ ଷ୍ଟ୍ରେଙ୍ଗ୍ ଥ ଆହୁରି କମିବାର ଆଶଙ୍କା ରହିଥିଲା।

    ବିଚାରପତିଙ୍କ ଖାଲି ପଦକୁ ନେଇ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ମଧ୍ୟ ସାର୍ବଜନୀନ ଭାବେ ଉଦ୍ ବେଗ ପ୍ରକାଶ କରିଥିଲା। ଖାଲି ପଦଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ କଲେଜିୟମ୍ କୁ ଅନୁରୋଧ କରାଯାଇଥିଲା। ଏବେ ବାର୍ ରୁ ଏହି ୪ ଜଣ ଆଇନଜୀବୀଙ୍କ ପଦୋନ୍ନତି ପ୍ରସ୍ତାବକୁ କଲେଜିୟମ୍ ର ସବୁଜ ସଙ୍କେତ ମିଳିବା ପରେ ସ୍ଥିତିରେ କିଛିଟା ସୁଧାର ଆସିବା ଆଶା କରାଯାଉଛି। କେନ୍ଦ୍ର ସରକାର ନିଯୁକ୍ତିକୁ ଆନୁଷ୍ଠାନିକ ଭାବେ ଅଧିସୂଚିତ କରିବା ପରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ବଢ଼ିବ ଏବଂ ବିଚାରାଧୀନ ମାମଲାର ଶୁଣାଣିରେ ମଧ୍ୟ ଏହା ସହାୟକ ହେବ ବୋଲି ଆଶା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ