Sunday, April 12, 2026
26.7 C
Odisha

    ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୩୧/୭ : ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଏକ ୩ ଦିନିଆ ପରିଦର୍ଶନରେ ଆସି ପହଂଚିଛନ୍ତି । ଏହା ପ୍ରତିନିଧି ଦଳ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ବ୍ୟତୀତ ଓଡ଼ିଶାର ସଂସ୍କୃତି ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିବେ । ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଶ୍ରୀ ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଭିଏତନାମରୁ ଆସିଥିବା ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀ ସୋଆର ମେଡିକାଲ, କମ୍ପ୍ୟୁଟର ସାଇନ୍‌ସ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ହସ୍ପିଟାଲିଟି ମ୍ୟାନେଜମେଂଟ ବିଭାଗ ଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ପ୍ରତିନିଧି ଦଳର ଅନ୍ୟ ସଭ୍ୟସଭ୍ୟାମାନେ ହେଲେ ପ୍ରଫେସର ଟ୍ରାନ୍ କଙ୍ଗ ହୁଙ୍ଗ, ଡ. ଡିନ୍ ଥି ଥୁ ହୁଓଙ୍ଗ, ଡ. ଡାଓ ଭାନ ତୁଏଟ୍‌, ଡ. ହୁନ୍ ଡି ଥୁ, ଶ୍ରୀମତି ଏମ୍‌. ଏ. ଟ୍ରୁଅଙ୍ଗ ଥି ହାଇ ଥୁଆନ୍‌, ଭୁ୍‌ଙ୍ଗ ଟିଏ ହୋଆ ଓ ଶ୍ରୀ ଏନଗୁଏନ୍ ଟ୍ରୁଅଙ୍ଗ କଙ୍ଗ ନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ