Wednesday, April 8, 2026
22.9 C
Odisha

    ଭିକାରି ସହ ଫେରାର ହେଲା ପତ୍ନୀ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ସ୍ବାମୀ ଓ ୬ଜଣ ସନ୍ତାନଙ୍କୁ ଛାଡ଼ି ଭିକାରି ସହ ଫେରାର ହେଲେ ମହିଳା।ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ହରଦୋଇରେ। ପୀଡ଼ିତ ସ୍ବାମୀଙ୍କ ନାମ ରାଜୁ ବୋଲି ଜଣାପଡ଼ିଥିବା ବେଳେ ଭିକାରିର ନାମ ନହ୍ନେ ପଣ୍ଡିତ ବୋଲି ଜଣାପଡ଼ିଛି। ଦୁହେଁ ଫେରାର ହେବା ପରେ ଏବେ କେଉଁଠି ଅଛନ୍ତି, ତାହା ଜାଣିବା ପାଇଁ ଛାନଭିନ୍ ଆରମ୍ଭ କରିଛି ପୁଲିସ।ତାଙ୍କ ଅଭିଯୋଗରେ ୪୫ ବର୍ଷୀୟ ରାଜୁ ଲେଖିଛନ୍ତି ଯେ, “ସେ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ଏବଂ ସେମାନଙ୍କର ଛଅ ପିଲାଙ୍କ ସହିତ ହରଦୋଇର ହରପାଲପୁର ଅଞ୍ଚଳରେ ରୁହନ୍ତି। କିଛି ମାସ ହେଲା ୪୫ ବର୍ଷୀୟ ନହ୍ନେ ପଣ୍ଡିତ ତାଙ୍କ ପଡୋଶୀଙ୍କ ଘରକୁ ଭିକ ମାଗିବା ପାଇଁ ଆସୁଥିଲେ। ଏହି ସମୟ‌ରେ ସେ ପ୍ରାୟତଃ ରାଜେଶ୍ୱରୀଙ୍କ ସହିତ କଥା ହେଉଥିଲେ। କିଛି ଦିନ ଏଭଳି କଥା ହେବା ପରେ ଦୁହେଁ ପରସ୍ପରକୁ ନମ୍ବର ଦେଇ ଫୋନରେ କଥା ହେବା ଆରମ୍ଭ କରିଥିଲେ। ଜାନୁଆରି ୩ରେ ରାଜେଶ୍ବରୀ ପରିବା କିଣିବାକୁ ଯାଉଛି ବୋଲି କହି ଆଉ ଫେରିନାହାନ୍ତି। ମୋର ସନ୍ଦେହ ହେଉଛି ଯେ, ସେ ନହ୍ନେ ପଣ୍ଡିତଙ୍କ ସହିତ ଫେରାର ହୋଇଛନ୍ତି।”ତାଙ୍କର ଏଭଳି ଅଭିଯୋଗ ପରେ ପୁଲିସ ନହ୍ନେ ପଣ୍ଡିତକୁ ଖୋଜିବା ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ