Wednesday, February 4, 2026
29.5 C
Odisha

    ଭିଜିଲାନ୍ସ ଜାଲରେ RWSS କିରାଣି, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ

    ଆଗକୁ ପଢନ୍ତୁ

    କଳାହାଣ୍ଡି: ଭିଜିଲାନ୍ସ ଜାଲରେ RWSS କିରାଣି । କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓଙ୍କୁ ମାଡିବସିଲା ଭିଜିଲାନ୍ସ । ପେନସନ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନଙ୍କ ଶବରଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ । ପୂର୍ବ କଥାବାର୍ତ୍ତା ଅନୁଯାୟୀ ଭେଙ୍କଟ ଗିରି ରାଓ ନଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଧିକାରୀଙ୍କୁ ଦେଖି ଝରକା ବାହାରକୁ ଟଙ୍କା ଫିଙ୍ଗିଦେଇଥିଲେ ଭେଙ୍କଟ ଗିରି ରାଓ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    24 %
    2.6kmh
    99 %
    Wed
    30 °
    Thu
    32 °
    Fri
    32 °
    Sat
    31 °
    Sun
    32 °

    ସମ୍ବନ୍ଧିତ