Wednesday, September 30, 2026
23.3 C
Odisha

    ଭିତରକନିକାରେ ପକ୍ଷୀ ଗଣନା, ହଠାତ୍ ପାଣିରୁ ବାହାରିଲା କୁମ୍ଭୀର

    ଆଗକୁ ପଢନ୍ତୁ

    ରାଜକନିକା  :  ଏବେ ଚାଲିଛି ଦେଶୀୟ ପକ୍ଷୀ ଗଣନା। ସେପ୍ଟେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ଗଣନା ଶେଷ ହୋଇଛି। ପକ୍ଷୀ ଗଣନା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ ବନ ବିଭାଗର କର୍ମଚାରୀ। କିନ୍ତୁ ପ୍ରତି ପାଦରେ ରହିଥିଲା ସତର୍କତା। କାରଣ ଏଠି କେତେବେଳେ ପାଣି ଭିତରୁ ମୁଣ୍ଡ ଟେକି ପାରେ କୁମ୍ଭୀର। କେତେବେଳେ ଦେଖା ଦେଇ ପାରେ ସାପ। ଆଉ ଏହି ଭୟକୁ ସତ କରିଦେଲା ଏକ ଘଟଣା। ପକ୍ଷୀ ଗଣନା ଚାଲିଥିଲା। ହଠାତ୍ ପାଣି ଭିତରୁ ବାହାରିଲା ଏକ ବିରାଟ କୁମ୍ଭୀର। କୁମ୍ଭୀରକୁ ଦେଖି ଭୟଭୀତ ହୋଇଗଲେ ଗଣନାକାରୀ ଟିମ୍। କିଛି ମୁହୂର୍ତ୍ତ ପାଇଁ ବଢ଼ିଗଲା ଉତ୍କଣ୍ଠା। କାରଣ ଏଠି କେବଳ ପକ୍ଷୀ ନୁହେଁ। ରହୁଛନ୍ତି ବଉଳା କୁମ୍ଭୀର ଓ ବିଭିନ୍ନ ପ୍ରଜାତିର ସାପ।

    କିନ୍ତୁ କୁମ୍ଭୀର କାହିଁକି ଆସୁଛି ପକ୍ଷୀ ବସା ନିକଟକୁ? ଏହା ପଛରେ ବି ରହିଛି ପ୍ରକୃତିର ଏକ ରୋଚକ ଚକ୍ର। ଲୁଣା ଗଛରେ ବସା ବାନ୍ଧିଛନ୍ତି ଦେଶୀୟ ପକ୍ଷୀ। ଅଣ୍ଡା ଦେଇଛନ୍ତି। ଛୁଆ ବି ହୋଇଛନ୍ତି। କେତେବେଳେ ଗଛରୁ ପକ୍ଷୀ ଛୁଆ ତଳକୁ ଖସିପଡ଼ୁଛନ୍ତି। ଆଉ ସେହି ଛୁଆକୁ ଖାଇବା ପାଇଁ ପାଣିରୁ ବାହାରିଆସୁଛି ବଉଳା କୁମ୍ଭୀର। ଅର୍ଥାତ୍ ପକ୍ଷୀଙ୍କ ଘର ତଳେ ହିଁ ରହିଛି ଶିକାରୀର ଅପେକ୍ଷା! ଭିତରକନିକାର ଲୁଣା ଗଛଗୁଡ଼ିକ ଏବେ ପାଲଟିଛି ଦେଶୀୟ ପକ୍ଷୀଙ୍କ ବଡ଼ ଆଶ୍ରୟସ୍ଥଳୀ। ପ୍ରାୟ ୧୦ ପ୍ରଜାତିର ଦେଶୀୟ ପକ୍ଷୀ ଏଠାରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି। ପକ୍ଷୀଙ୍କ କିଚିରିମିଚିରିରେ ମୁଖରିତ ହେଉଛି ଜଙ୍ଗଲ। ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ବନ ବିଭାଗ ଆକଳନ କରିଛି। କିନ୍ତୁ ଏହି ଗଣନା କରିବା ସହଜ ନୁହେଁ। କୁମ୍ଭୀର ଭୟ। ସାପ ଭୟ। ପାଣିର ବିପଦ। ସବୁକୁ ଅତିକ୍ରମ କରି ଚାଲିଛି ଗଣନା।

    ପକ୍ଷୀ ଗଣନା କେବଳ ସଂଖ୍ୟା ଜାଣିବା ପାଇଁ ନୁହେଁ। ଜାଣିବା ପାଇଁ ଭିତରକନିକାରେ ପ୍ରକୃତି କେତେ ସୁସ୍ଥ? କେତେ ପକ୍ଷୀ ଫେରୁଛନ୍ତି? କେତେ ପକ୍ଷୀ ବସା ବାନ୍ଧୁଛନ୍ତି? ଆଉ କେମିତି ଚାଲିଛି ଏହି ବିଶାଳ ପ୍ରାକୃତିକ ecosystem? ଏହି ସବୁର ଉତ୍ତର ଖୋଜୁଛନ୍ତି ବନ କର୍ମଚାରୀ। ବିପଦ ଅଛି। ଭୟ ବି ଅଛି। ହେଲେ ପ୍ରକୃତିକୁ ବୁଝିବା ପାଇଁ ଏହି ଅଭିଯାନ ଜାରି ରହିଛି। ପକ୍ଷୀ ଗଣନା ପାଇଁ ଜଙ୍ଗଲକୁ ଯାଇଥିଲେ । ହେଲେ ସାମ୍ନାରେ ପଡ଼ିଲା କୁମ୍ଭୀର! କିଛି ମୁହୂର୍ତ୍ତ ପାଇଁ ଥମକିଗଲା ଟିମ୍। ତଥାପି ବନ୍ଦ ହେଲାନି ଗଣନା। କାରଣ ଏହି ପକ୍ଷୀମାନେ ହିଁ ଭିତରକନିକାର ପ୍ରକୃତିର ଅମୂଲ୍ୟ ସମ୍ପଦ। ସେହିପରି ଏଠାକାର କୁମ୍ଭୀର ମଧ୍ୟ ବିଶ୍ବବିଦିତ । ତେବେ ଏଇ ହିଂସ୍ର ଜନ୍ତୁକୁ ସାବଧାନ ରହିବା ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    83 %
    1.3kmh
    7 %
    Tue
    23 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ