Sunday, February 1, 2026
24.7 C
Odisha

    ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ‘ମନ୍ଥା’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :   ସ୍ଥଳଭାଗ ନିକଟତର ହେଉଛି ବାତ୍ୟା ‘ମନ୍ଥା’ । ଏବେ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରି ମାଡି ଆସୁଛି ମନ୍ଥା । ଆନ୍ଧପ୍ରଦେଶର ମଛଲିପଟନମ ଠାରୁ ୨୩୦ କିଲୋମିଟର, କାକିନଡା ଠାରୁ ୩୧୦କିଲୋମିଟର ଦୂରରେ ବାତ୍ୟା ମନ୍ଥା ରହିଛି । ଗୋପାଳପୁର ଠାରୁ ୫୭୦କିମି ଦୂରରେ ମନ୍ଥା ରହିଥିବା ସୂଚନା ମିଳିଛି । ତେବେ ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି । ଆନ୍ଧ୍ରପ୍ରଦେଶର କାକିନାଡାଠାରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବା ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ୧୧୦କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି । ବର୍ଷା ଆହୁରି ବଢିବା ଆଶଙ୍କା ରହିଛି । ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତି ରହିଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ