Wednesday, November 26, 2025
21.5 C
Odisha

    ଭୁବନେଶ୍ଵରରେ ପହଞ୍ଚିଲେ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :    ଭୁବନେଶ୍ଵରରେ ପହଞ୍ଚିଛନ୍ତି ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା । ଭୁବନେଶ୍ଵରର ଏକ ଘରୋଇ ବିଦ୍ୟାଳୟରେ ଅତିଥି ଭାବେ ଯୋଗ ଦେଇଛନ୍ତି ଶୁଭ୍ରାଂଶୁ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶୁଭ୍ରାଂଶୁ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହ ମହାକାଶର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଛନ୍ତି । ଶୁଭାଂଶୁ ଭାରତୀୟ ବାୟୁସେନା (IAF) ର ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ପରୀକ୍ଷଣ ପାଇଲଟ୍ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ମହାକାଶଚାରୀ । ୨୦୨୫ ଜୁଲାଇରେ ଶୁଭ୍ରାଂଶୁ ପ୍ରଥମ ISRO ମହାକାଶଚାରୀ ଭାବେ ମହାକାଶ ଉଡ଼ାଣ ଆକ୍ସିୟମ ମିଶନ ୪ରେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପରିଦର୍ଶନ କରିଥିଲେ । ରାକେଶ ଶର୍ମାଙ୍କ ଉଡ଼ାଣ ପରେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ହେଉଛନ୍ତି ଶୁଭ୍ରାଂଶୁ ଶୁକ୍ଳା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    50 %
    1.3kmh
    0 %
    Wed
    26 °
    Thu
    26 °
    Fri
    26 °
    Sat
    26 °
    Sun
    25 °

    ସମ୍ବନ୍ଧିତ