Saturday, April 4, 2026
29 C
Odisha

    ଭୁବନେଶ୍ଵର, କଟକ, ପୁରୀ ଓ ପାରାଦୀପକୁ ନେଇ ଗଠନ ହେବ ଗ୍ରେଟର ଭୁବନେଶ୍ୱର

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଭୁବନେଶ୍ଵର, କଟକ, ପୁରୀ ଓ ପାରାଦୀପକୁ ନେଇ ଅର୍ଥନୈତିକ ରିଜିଅନ୍ ଗ୍ରେଟର ଭୁବନେଶ୍ୱର ଗଢ଼ାଯିବ। ମୋଟ ୮୫୦୦ ବର୍ଗ କିଲୋମିଟର ଅଞ୍ଚଳକୁ ସମାବେଶୀ, ବାସ ଉପଯୋଗୀ ଏବଂ ଦୀର୍ଘସ୍ଥାୟୀ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରାଯିବ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଏହି ପ୍ରସ୍ତାବିତ କରିଡରର ତଥ୍ୟ ଉପସ୍ଥାପନ କରାଯାଇଛି। ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଆବଶ୍ୟକସ୍ଥଳେ ଆଉ ଅଧିକ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ତେବେ ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଅନ୍ୟ ରାଜ୍ୟମାନଙ୍କୁ ଯାଇ, ସେମାନଙ୍କ ଯୋଜନାକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂତନ ସହର ନିର୍ମାଣ ଏବଂ ମେଟ୍ରୋ ଟ୍ରୋ ରେଳ ଚଳାଚଳ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।ରାଜ୍ୟର ସହରାଞ୍ଚ ବିକାଶ ପାଇଁ ଏକ ଯୋଜନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜନା ପ୍ରସ୍ତୁତ ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ, ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ପୂର୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ