Thursday, May 8, 2025
29.7 C
Odisha

    ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତରପ୍ରଦେଶର ଆଳୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତରପ୍ରଦେଶର ଆଳୁ । ଆଜି ୟୁପିରୁ ତିନୋଟି ଆଳୁ ଟ୍ରକ ଭୁବନେଶ୍ବର ଆଇଗିଣିଆରେ ପହଞ୍ଚିଛି । ଆଉ ୭ଟି ଆଳୁ ଟ୍ରକ ଆଜି ପହଞ୍ଚିବ । ଆଗକୁ ଆଳୁ ଦର ଧିରେ ଧୀରେ କମିବ । ପ୍ରତି ଗାଡ଼ିରେ ୩୦ ଟନ ଆଳୁ ଥିବା ବେଳେ ୧୦ଟି ଆଳୁ ଗାଡ଼ିରେ ୩ ଶହ ଟନ ଆଳୁ ପର୍ଯ୍ୟାୟ କ୍ରମେ ଆଜି ଭୁବନେଶ୍ଵରରେ ପହଞ୍ଚିବ । ଉତ୍ତରପ୍ରଦେଶରୁ କୁଇଣ୍ଟାଲ ପିଛା ପଡୁଛି ୨୪୦୦ ଟଙ୍କା । ତା ସହିତ ଟ୍ରାନ୍ସପୋର୍ଟ ବାବଦରେ ୩ ଶହ ଟଙ୍କା ଖର୍ଚ୍ଚ ହେଉଛି । ଯାହାକୁ ନେଇ କ୍ଵିଣ୍ଟାଲ ପିଛା ଆଳୁ ୨୭୦୦ ଟଙ୍କା କିଣା ପଡ଼ୁଛି । ଅନ୍ୟପଟେ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା କୁଇଣ୍ଟାଲ ପିଛା ୨୪୦୦ ଟଙ୍କା ପଡୁଥିଲା । ତା ସହିତ ଟ୍ରାନ୍ସପୋର୍ଟ ବାବଦରେ ୨ ଶହ ଟଙ୍କା ଖର୍ଚ୍ଚ ହେଉଥିଲା । ଯାହାକୁ ନେଇ କ୍ଵିଣ୍ଟାଲ ପିଛା ଆଳୁ ୨୬୦୦ ଟଙ୍କା କିଣା ପଡ଼ୁଥିଲା ।
    ତେବେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ରପ୍ତାନି କରିବାରେ ଯେଉଁ ନୀତି ଅବଲମ୍ବନ କରୁଛନ୍ତି ତାହା କୌଣସି ପରିସ୍ଥିତରେ ଗ୍ରହଣୀୟ ନୁହେଁ । ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଆଉ ଆଳୁ ନକିଣିବା ସହିତ ବିକଳ୍ପ ବ୍ୟବସ୍ଥା ପାଇଁ ଉତ୍ତରପ୍ରଦେଶରୁ ସରକାରଙ୍କ ଠାରୁ ସହାୟତା ଆଗକୁ ଲୋଡ଼ିବା ପାଇଁ ଗୋଟେ ପ୍ରତିନିଧି ଦଳ ଉତ୍ତରପ୍ରଦେଶକୁ ଯିବେ । ଆଉ ବାଣିଜ୍ୟ କ୍ଷେତ୍ରରେ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ସହାୟତା ଲୋଡ଼ିବେ ବୋଲି ସୁଧାକର ପଣ୍ଡା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    52 %
    2kmh
    100 %
    Thu
    29 °
    Fri
    38 °
    Sat
    39 °
    Sun
    41 °
    Mon
    42 °

    ସମ୍ବନ୍ଧିତ