Sunday, March 22, 2026
32.5 C
Odisha

    ଭୁବନେଶ୍ୱର ପାଇଁ ବଡ଼ ପ୍ଲାନ୍, ତିଆରି ହେବ ୩୭ଟି ନୂଆ ରାସ୍ତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ବଡ଼ ପ୍ଲାନ୍ । ତିଆରି ହେବ ୩୭ଟି ନୂଆ ରାସ୍ତା । ଭୁବନେଶ୍ୱର ସହରର ବଢୁଥିବା ଭିଡ଼ ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୭ଟି ନୂଆ ରାସ୍ତା ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିମଧ୍ୟରେ ନୂଆ ରିଙ୍ଗ୍ ରୋଡ୍ ଏବଂ ଫ୍ଲାଏ ଓଭର ସାମିଲ ଅଛି । ଯେତେ ପରିମାଣର ଜନସଂଖ୍ୟା ପାଇଁ ଭୁବନେଶ୍ବର ସହର ତିଆରି ହୋଇଥିଲା ଏବେ ତାଠାରୁ ଅନେକ ଗୁଣ ଅଧିକ ଲୋକ ଏଠାରେ ରହୁଛନ୍ତି । ନୂଆ ନୂଆ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ଯୋଗୁଁ ରାସ୍ତାରେ ଭିଡ଼ ବଢ଼ିଛି । ତେଣୁ ସହରକୁ ‘ଜାମ୍-ମୁକ୍ତ’ କରିବା ପାଇଁ ଏହି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି ।

    ପ୍ରଥମ ପର୍ଯ୍ୟାୟରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା କାମକୁ ପ୍ରାଥମିକତା ଦିଆଯିବ । ସାଲିଆସାହିରୁ ଚୁନୋକୋଲି ବସ୍ତିକୁ ସଂଯୋଗ କରୁଥିବା ରାସ୍ତା ଆସନ୍ତା ୧୫ ଦିନ ମଧ୍ୟରେ ଶେଷ ହେବ । ବାରଙ୍ଗରୁ ଜଟଣୀ ପର୍ଯ୍ୟନ୍ତ ୩୮ କିଲୋମିଟର ଲମ୍ବା ରାସ୍ତା ତିଆରି ହେବ। ଏହା ଭୁବନେଶ୍ୱର, କଟକ ଓ ଜଟଣୀ ମଧ୍ୟରେ ଏକ ‘ମିନି ରିଙ୍ଗ୍ ରୋଡ୍’ ଭଳି କାମ କରିବ । କଳିଙ୍ଗ ଷ୍ଟୁଡିଓ ଛକରୁ ହସ୍ପିଟାଲ ଏବଂ ଖଣ୍ଡଗିରିରୁ ଗଣ୍ଡମୁଣ୍ଡା ପର୍ଯ୍ୟନ୍ତ ରାସ୍ତାରେ Elevated Corridor ନିର୍ମାଣ ହେବ । ସହର ବାହାରେ ୧୪୦ କିଲୋମିଟର ବିଶିଷ୍ଟ ଏକ ବିରାଟ ରିଙ୍ଗ ରୋଡ୍ ତିଆରି ହେବ । ଯାହାଫଳରେ ଭାରୀ ଗାଡ଼ିଗୁଡ଼ିକ ସହର ଭିତରକୁ ନଆସି ବାହାରେ ବାହାରେ ଯାଇପାରିବେ । ଏଜି ଛକରେ ଅଣ୍ଡରପାସ୍ , AIIMS ପାଖ ରାସ୍ତାର ପ୍ରଶସ୍ତିକରଣ ଏବଂ ପଟିଆ, ଇନଫୋସିଟି ଓ KIIT ଅଞ୍ଚଳରେ ଉତ୍ତମ ସଂଯୋଗୀକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ