Saturday, April 11, 2026
30.4 C
Odisha

    ଭୁବନେଶ୍ୱର ସାଲିଆ ସାହି: ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱର ସାଲିଆ ସାହିରେ ପୁଣି ହଣାକଟା । ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ । ବଡ ଭାଇ ଭୁଜାଲି ଚୋଟରେ ସାନ ଭାଇ ଗୁରୁତର । ମୈତ୍ରୀ ବିହାର ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

    ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ସାଲିଆ ସାହି ମହାବୀର ନଗରରେ ଚିତ୍ତରଞ୍ଜନ ସାମନ୍ତରାୟ ତାଙ୍କ ସାନ ଭାଇ ନିରଞ୍ଜନଙ୍କୁ ଭୁଜାଲିରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ନିରଞ୍ଜନ ଗୁରୁତର ଆହତ ହୋଇଛନ୍ତି । ଜୀବନ ବିକଳରେ ସେ ନୟାପଲ୍ଲୀ ଥାନାକୁ ଦୌଡ଼ି ପଳାଇ ଜୀବନ ବଞ୍ଚାଇ ଥିଲେ । ପରେ ପୋଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଘଟଣା ପରେ ଆକ୍ରମଣକାରୀ ଚିତ୍ତରଞ୍ଜନ ସାମନ୍ତରାୟଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

    ତେବେ ବର୍ତ୍ତମାନ ଯାଏଁ ଆକ୍ରମଣର ସଠିକ କାରଣ ଜଣାପଡିନାହିଁ । କମିଶନରେଟ୍ ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ନିଜ ଭାଇକୁ ଆକ୍ରମଣ କରିଛି ଭାଇ । ସେନେଇ ତଦନ୍ତ ଜାରି ରଖିଛି କମିଶନରେଟ୍ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ