Saturday, July 5, 2025
24.8 C
Odisha

    ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏହି ସବୁ ଗଛ ! ନଚେତ୍ ହୋଇପାରନ୍ତି ଅଶୁଭ ଶକ୍ତିର ଶିକାର

    ଆଗକୁ ପଢନ୍ତୁ

    ଲୋକମାନେ ସର୍ବଦା ଘରର ସୁନ୍ଦରତା ବଢାଇବା ପାଇଁ ଅନେକ ପ୍ରକାରର ଗଛ ଲଗାଇଥାନ୍ତି । ଘରର ରୋଷେଇ ଠାରୁ ଆରମ୍ଭ କରି ମୂଖ୍ୟ ଦ୍ବାର ଯାଏ କେଉଁଠି କ’ଣ କରାଯିବା ଉଚିତ୍ । ବାସ୍ତୁରେ ସବୁର ଉପାୟ ଲେଖା ଅଛି କିନ୍ତୁ ଆପଣ କ’ଣ ଜାଣିଛନ୍ତି ଘରର ବାସ୍ତୁ ଆପଣଙ୍କ ଆଖପାଖରେ ଥିବା ବସ୍ତୁ ଉପରେ ମଧ୍ୟ ନିର୍ଭର କରିଥାଏ । ଯେମିତିକି’ ଆପଣଙ୍କ ଘରର ଆଖପାଖରେ କେଉଁ ଗଛ ରହିଛି । ଜାଣନ୍ତୁ, ସେ କେଉଁ ଗଛ ଯାହା ଘରର ପାଖରେ ହେବା ଦ୍ବାରା ତାହାକୁ ଅଶୁଭ ମନାଯାଇଥାଏ ।

    • ଘରର ଇଶାଣ ଏବଂ ପୂର୍ବ ଦିଗରେ ଅଧିକ ଉଚ୍ଚା ଗଛ ଲଗାଇବା ଉଚିତ୍ ନୁହେଁ । ଧ୍ୟାନ ରଖନ୍ତୁ ଘରର ଅଗଣା ଏବଂ ଆଖପାଖରେ ଏହି ଭଳି ଗଛ ରହିବା ଉଚିତ୍ ନୁହେଁ ।

    • ଘରର ଆଖପାଖରେ ଅଧା ଶୁଖିଯାଇଥିବା ଗଛ କିମ୍ବା ଅଧା ଜଳି ଯାଇଥିବା ଗଛ ମଧ୍ୟ ଅଶୁଭ ହୋଇଥାଏ । ବାସ୍ତୁରେ କୁହାଯାଇଛି ଏହା ଦ୍ବାରା ଘରକୁ ନକରାତ୍ମକ ଶକ୍ତି ଏବଂ ଖରାପ ପବନ ପ୍ରବେଶ କରିଥାଏ ।

    • କିଛି ଖାସ୍ ପ୍ରକାରର ଗଛ ମଧ୍ୟ ଆପଣଙ୍କ ଘର ପାଖରେ ରହିବା ଉଚିତ୍ ନୁହେଁ । ଯେମିତିକି ରେଶମ, ତାଳ, କପା ଏବଂ ଅଁଳା ଗଛ।ଏହି ଗଛ ରହିବା ଦ୍ବାରା ଘରେ ଅଶାନ୍ତି ହେବ ଏବଂ ଅଶାନ୍ତି କାରଣରୁ ଝଗଡା ସୃଷ୍ଟି ହୋଇଥାଏ ।

    • ଯଦି ଘର ଆଗରେ ତେନ୍ତୁଳି ଓ ମେହେନ୍ଦୀ ଗଛ ରହିଛି ତେବେ ଏହାକୁ କାଟି ଦେବା ଉଚିତ୍ । ବାସ୍ତୁ ଅନୁସାରେ ଏହି ଗଛରେ ଖରାପ ଆତ୍ମା ବାସ କରିଥାଏ । ଯଦି ଆପଣ ଏହି ସବୁ ଗଛକୁ କାଟିବାକୁ ଚାହୁଁ ନାହାଁନ୍ତି ତେବେ କିଛି ଉପାୟ ଆପଣାଇ ଖରାପ ପ୍ରଭାବକୁ ଦୂର କରିପାରିବେ । ଏହି ସବୁ ଗଛ ପାଖରେ ତୁଳସୀ, ଅଶୋକ, ହଳଦୀ, ନିମ, ଚନ୍ଦନ କିମ୍ବା ନାଗକେଶରର ଗଛ ଲଗାଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    90 %
    2.5kmh
    92 %
    Sat
    25 °
    Sun
    25 °
    Mon
    25 °
    Tue
    25 °
    Wed
    23 °

    ସମ୍ବନ୍ଧିତ