Sunday, March 16, 2025
39.4 C
Odisha

    ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ବାସି ଖାଦ୍ୟ

    ଆଗକୁ ପଢନ୍ତୁ

    ଖାଦ୍ୟ ସର୍ବଦା ସତେଜ ଥିବା ଅବସ୍ଥାରେ ଖାଇବାକୁ ପରାମର୍ଶ ଦିଆଯାଏ । ମାତ୍ର ଅନେକ ସମୟରେ ସମୟ ବଞ୍ଚାଇବାକୁ ଓ ଖାଦ୍ୟ ନଷ୍ଟ ନକରିବା ପାଇଁ ବାସୀ ଖାଦ୍ୟ ମଧ୍ୟ ସେବନ କରି ଥାନ୍ତି । ଏପରି କେତେକ ଖାଦ୍ୟ ରହିଛି, ଯାହାକୁ ବାସି ହେବା ପରେ ଆଦୌ ସେବନ କରିବା ଉଚିତ୍‌ ନୁହେଁ । କାରଣ ତାହା ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ । ଜାଣନ୍ତୁ..

    ପ୍ରୋଟିନ୍‌ରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ମାତ୍ର ଏହାକୁ ମଧ୍ୟ ବାସି ଖାଇବା ଅନୁଚିତ୍‌ । ଅଣ୍ଡାରୁ ତିଆରି ହୋଇଥିବା ଆମ୍‌ଲେଟ୍‌, ତରକାରୀ, ପରଟା ଆଦିକୁ ସତେଜ ଖାଇବା ଉଚିତ୍‌ । ମାତ୍ର ଏସବୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏଥିରେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ଯାହା ସହଜରେ ହଜମ ହୋଇନଥାଏ । ପାଚନ ଜନିତ ସମସ୍ୟା ସୃଷ୍ଟି କରିଥାଏ।

    ସବୁଜ ପନିପରିବା ମଧ୍ୟରେ ପାଳଙ୍ଗ, ମେଥି ଆଦିରୁ ତିଆରି ଖାଦ୍ୟ ସତେଜ ହିଁ ଖାଇବା ଉଚିତ୍‌ । ଏହାକୁ ଫ୍ରିଜ୍‌ରେ ରଖି ବାସି ଖାଇବା ଦ୍ୱାରା ପାଚନ ଜନିତ ଅନେକ ସମସ୍ୟା ସୃଷ୍ଟି କରିବା ସହ ବଦହଜମି, ଛାତିରେ ଜଳାପୋଡା ହୋଇଥାଏ ।

    ସମୟ ବଞ୍ଚାଇବା ପାଇଁ ଲୋକେ ଥରେ ଆଳୁ ସିଝାଇ ରଖି ଦେଇଥାନ୍ତି । ଏହାକୁ ୨ ରୁ ୩ ଦିନ ପର୍ଯ୍ୟନ୍ତ ସେବନ କରି ଥାନ୍ତି । ଏଥିରେ ସୃଷ୍ଟି ହୋଇଥିବା ବ୍ୟାକ୍ଟେରିଆ ପେଟ ଭିତରେ ଅନେକ ରୋଗ ସୃଷ୍ଟି ହୋଇଥାଏ ।

    କ୍ଷୀର, ଦହି, ପନୀର ଶୀଘ୍ର ଖରାପ ହୋଇଯାଏ । ତେଣୁ ଏହାକୁ ୨ରୁ ଅଧିକ ଦିନ ପର୍ଯ୍ୟନ୍ତ ରଖି ସେବନ କରିବା ଉଚିତ୍‌ ନୁହେଁ । ଏହାକୁ ବାସି ସେବନ କରିବା ଦ୍ୱାରା ବାନ୍ତି, ବଦହଜମି ଓ ପେଟ ସହ ଜଡିତ ଅନେକ ସମସ୍ୟା ହୋଇଥାଏ ।

    ଭାତରେ ପାଣି ପୁରାଇ ପଖାଳ ଭାବେ ଏହାକୁ ଦିନକ ପରେ ଖାଇବା ଉଚିତ୍‌ । ମାତ୍ର ଅଧିକ ଦିନ ଯାଏଁ ଏହାକୁ ଖାଇବାକୁ ବାରଣ କରାଯାଇଛି । ଫ୍ରିଜରେ ଭାତକୁ ରଖି ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.4 ° C
    39.4 °
    39.4 °
    12 %
    3.6kmh
    1 %
    Sun
    40 °
    Mon
    40 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ