Wednesday, June 18, 2025
25.1 C
Odisha

    ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ ଆଗରେ ପରିବାର ଲୋକଙ୍କ ଧାରଣା

    ଆଗକୁ ପଢନ୍ତୁ

    ଭଦ୍ରକ   :   ଭଦ୍ରକ ସହର ସ୍ଥିତ ଏକ ଘରୋଇ କ୍ଲିନିକରେ ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକେ ଅଲ୍ଟ୍ରାସାଉଣ୍ଡ  କ୍ଲିନିକ୍ ସମ୍ମୁଖରେ ରାତିତମାମ ଧାରଣା ଦେଇଥିଲେ । ଆଜି ସକାଳୁ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ପୁରା ପରିବାର ବର୍ଗ । ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

    ସୂଚନା ଅନୁଯାୟୀ, ଭଦ୍ରକ ତିହିଡି଼ ଥାନା ଅଧିନସ୍ଥ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରି ତାଙ୍କ ସ୍ତ୍ରୀଙ୍କ ଡେଲିଭରି ପାଇଁ ଗତ ୨୫ ତାରିଖରେ ଏହି କ୍ଲିନିକ୍ ରେ ଅଲଟ୍ରାସାଉଣ୍ଡ କରାଇଥିଲେ । ପିଲାଟି ସୁସ୍ଥ ଥିବା ରିପୋର୍ଟ ମିଳିଥିଲା । ଗତକାଲି ସ୍ତ୍ରୀଙ୍କ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଶିଶୁଟି ମାଆ ପେଟରେ ହିଁ ମରିଯାଇଥିବା ବେଳେ ଅଲଟ୍ରାସାଉଣ୍ଡ୍ ରିପୋର୍ଟରେ କିଭଳି ଶିଶୁଟି ସୁସ୍ଥ ଥିବା କୁହାଗଲା । ଏନେଇ ପରିବାର ଲୋକେ କ୍ଲିନିକ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ କହିଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    85 %
    2.6kmh
    100 %
    Tue
    25 °
    Wed
    25 °
    Thu
    30 °
    Fri
    33 °
    Sat
    34 °

    ସମ୍ବନ୍ଧିତ