ଜୟପୁର : ଭୂକମ୍ପରେ ଥରିଲା କୋରାପୁଟ । ଜୟପୁର, ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଗତକାଲି ରାତି ୧୧ଟା ୩୧ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୟରେ ଘରୁ ବାହାରକୁ ପଳାଇଆସିଥିଲେ ଲୋକ । ଘରର ଆସବାବପତ୍ର ଦୋହଲିଯାଇଥିଲା । ପ୍ରାୟ ୧୨ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା ।
