Tuesday, November 24, 2026
27 C
Odisha

    ଭୂକମ୍ପରେ ଥରିଲା ନେପାଳ, ତୀବ୍ରତା ୫.୩

    ଆଗକୁ ପଢନ୍ତୁ

    ନେପାଳ : ଭୂକମ୍ପରେ ଥରିଲା ନେପାଳ ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିବା ଜଣାପଡିଛି  ।  ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୦୨ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ସମୟ ଅନୁସାରେ ସକାଳ  ୭ଟା ୦୨ ମିନିଟ୍ ୪୭ ସେକେଣ୍ଡରେ ଭୂକମ୍ପ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସିକ୍କିମ ସୀମା ନିକଟ ପୂର୍ବ ନେପାଳର କୋଶୀ ପ୍ରଦେଶରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ । ଭୂପୃଷ୍ଠରୁ ୨୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା ଏହି ଭୂକମ୍ପ । ନେପାଳ ସମେତ ଭାରତର ବିହାର, ପଶ୍ଚିମବଙ୍ଗ ଓ ମେଘାଳୟର କେତେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୁଟାନ, ବାଂଲାଦେଶ ଓ ଚୀନର କେତେକ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିବା ରିପୋର୍ଟ ମିଳିଛି। ତେବେ ଭୂକମ୍ପ ଯୋଗୁଁ ମୃତାହତ କିମ୍ବା ଧନସମ୍ପତ୍ତି କ୍ଷୟକ୍ଷତି ନେଇ ଏଯାଏ କୌଣସି ସୂଚନା ମିଳିନାହିଁ ।

    ଉଳ୍ଲେଖଯୋଗ୍ୟ, ନଭେମ୍ବର ୧୨ ତାରିଖ ସକାଳେ ନେପାଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପଟି ସକାଳ ପ୍ରାୟ ୪ଟା ୩୦ମିନିଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ୭୩ କିଲୋମିଟର ତଳେ ଅବସ୍ଥିତ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    61 %
    0.8kmh
    79 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    24 °

    ସମ୍ବନ୍ଧିତ