Sunday, November 22, 2026
27.1 C
Odisha

    ବାଲ୍ଟିକ୍ ସାଗରରେ ରୁଷୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ୧୬ ଜଣ ଉଦ୍ଧାର

    ଆଗକୁ ପଢନ୍ତୁ

    ରୁଷ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ୟୁରୋପର ଅନ୍ୟ ଦେଶଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛି । ବାଲ୍ଟିକ୍ ସାଗରରେ ରୁଷିଆର ଏକ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ଶନିବାର ହୋଇଥିବା ଏହି ଆକ୍ରମଣ ପରେ ଜାହାଜରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହି ଆକ୍ରମଣ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଫିନଲ୍ୟାଣ୍ଡ ସନ୍ଦେହ କରୁଛି ।

    ସୂଚନା ଅନୁଯାୟୀ, ‘ସ୍ପାର୍ଟା-୨’ ନାମକ ଏହି ରୁଷୀୟ ଜାହାଜଟି କାଲିନିନଗ୍ରାଡ୍ ଅଞ୍ଚଳ ଆଡ଼କୁ ଯାଉଥିବା ବେଳେ ଗୋଗଲାଣ୍ଡ ଦ୍ୱୀପର ପଶ୍ଚିମ ଦିଗରେ କ୍ଷତିଗ୍ରସ୍ତ ହୋଇଥିଲା । ଡ୍ରୋନ୍ ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିବା ସହ ଏହା ଭାସି ଭାସି ଫିନଲ୍ୟାଣ୍ଡର ସାମୁଦ୍ରିକ ଅଞ୍ଚଳରେ ପହଞ୍ଚିଥିଲା । ଜାହାଜରେ ଥିବା ୧୬ ଜଣ କର୍ମଚାରୀ ଲାଇଫବୋଟ୍ ସାହାଯ୍ୟରେ ଜୀବନ ବଞ୍ଚାଇଥିଲେ । ପରେ ସେମାନେ ଅନ୍ୟ ଏକ ରୁଷୀୟ ଜାହାଜରେ ଆଶ୍ରୟ ନେଇଥିଲେ । ଫିନଲ୍ୟାଣ୍ଡର ଅଧିକାରୀମାନେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏହି ସମୟରେ ଏକ ରୁଷୀୟ ହେଲିକପ୍ଟର ଫିନଲ୍ୟାଣ୍ଡର ଆକାଶ ସୀମା ଉଲ୍ଲଂଘନ କରିଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ଘଟଣାକୁ ନେଇ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରି ଓର୍ପୋ ଚିନ୍ତା ପ୍ରକାଶ କରିଛନ୍ତି । ଯୁଦ୍ଧର ପ୍ରଭାବ ଏବେ ପଡ଼ୋଶୀ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ବୋଲି ସେ କହିଛନ୍ତି ।

    ସେପଟେ ଏହି ଘଟଣା ପରେ ଫିନଲ୍ୟାଣ୍ଡ ଓ ନାଟୋ ଅଞ୍ଚଳର ସୁରକ୍ଷା ପାଇଁ ସ୍ୱିଡେନ ନିଜର ଯୁଦ୍ଧ ବିମାନ ମୁତୟନ କରିଛି । ଏହି ବିମାନଗୁଡ଼ିକ ଫିନଲ୍ୟାଣ୍ଡର କମାଣ୍ଡ ଅଧୀନରେ କାର୍ଯ୍ୟ କରିଥିଲେ। ଅନ୍ୟପଟେ ଏଷ୍ଟୋନିଆର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୁଷିଆର ଆକ୍ରମଣାତ୍ମକ ମନୋଭାବର ପ୍ରଭାବ ଏବେ ବାଲ୍ଟିକ୍ ସାଗର ପର୍ଯ୍ୟନ୍ତ ପହଞ୍ଚିଛି ।ଉଲ୍ଲେଖଯୋଗ୍ୟ, ଫିନଲ୍ୟାଣ୍ଡ ୨୦୨୩ ଏବଂ ସ୍ୱିଡେନ ୨୦୨୪ରେ ନାଟୋରେ ସାମିଲ ହୋଇଥିଲେ । ଏହି ଘଟଣା ପରେ ୟୁରୋପରେ ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.1 ° C
    27.1 °
    27.1 °
    73 %
    0.8kmh
    17 %
    Sun
    28 °
    Mon
    28 °
    Tue
    28 °
    Wed
    28 °
    Thu
    27 °

    ସମ୍ବନ୍ଧିତ