Monday, September 15, 2025
28.8 C
Odisha

    ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ସାହାଯ୍ୟ କରିବାକୁ ଆଶ୍ବାସନା ଦେଲେ ମୋଦି, ଜାରି ହେଲା ହେଲ୍ପଲାଇନ୍ ନମ୍ବର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ ଉତ୍ତର-ପୂର୍ବ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ।  ଯାହା ତୀବ୍ରତା ୫.୮ ଥିଲା । ଭୂକମ୍ପର ଦେଢ଼ ଘଣ୍ଟା ମଧ୍ୟରେ ଆଉ ତିନୋଟି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ସମୟରେ ଆସାମରେ ଦୁଇ ଜଣ ଝିଅ ଆହତ ହୋଇଥିଲେ ଏବଂ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା । ମୋଦିଙ୍କ ୨ ଦିନିଆ ଉତ୍ତର-ପୂର୍ବ ଗସ୍ତ ସମୟରେ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

    ସୂଚନାନୁଯାୟୀ, ଲଗାତାର ଭାବେ ଭୂକମ୍ପ ଅନୁଭୂତ ହୋଇଛି । ଏହି କାରଣରୁ ବହୁ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ୨ ଦିନିଆ ଉତ୍ତର-ପୂର୍ବ ଗସ୍ତରେ ଥିଲେ । ସେ ସନ୍ଧ୍ୟାରେ ଆସାମରୁ କୋଲକାତା ପହଞ୍ଚିଥିଲେ । ଭୂକମ୍ପ ସମ୍ପର୍କରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ସାହାଯ୍ୟ ଏବଂ ସହାୟତା ପାଇଁ ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହାରି ମଧ୍ୟରେ ମୁଖମନ୍ତ୍ରୀ ଶର୍ମା କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଏହା ସହିତ ଘଟଣାସ୍ଥଳ ଉପରେ ନଜର ରଖାଯାଇଛି । ଏତିକି ନୁହେଁ  ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.8 ° C
    28.8 °
    28.8 °
    76 %
    1kmh
    98 %
    Mon
    28 °
    Tue
    28 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ