Wednesday, April 1, 2026
25.1 C
Odisha

    ଭେନେଜୁଏଲାକୁ ଟ୍ରମ୍ପଙ୍କ ପୁଣି ଚେତାବନୀ, କଥା ନମାନିଲେ ଅନ୍ତରୀଣ ସରକାର ଭୋଗିବେ ପରିଣାମ

    ଆଗକୁ ପଢନ୍ତୁ

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ସେଠାକାର ଶାସକମାନେ ଯଦି ନିଜର ଆଚରଣରେ ପରିବର୍ତ୍ତନ ନ ଆଣନ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ନ ଦିଅନ୍ତି, ତେବେ ଆମେରିକା ପକ୍ଷରୁ ଅଧିକ ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ଆକ୍ରମଣ କରାଯାଇପାରେ । ଟ୍ରମ୍ପଙ୍କ ଏହି ବୟାନ ବିଶ୍ୱ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ଭେନେଜୁଏଲାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ମଧ୍ୟରେ ଆମେରିକା ନିଜର ଆଭିମୁଖ୍ୟ କଡ଼ାକଡ଼ି କରିଛି । ଟ୍ରମ୍ପ କହିଛନ୍ତି “ଆମେ ଏବେ ସବୁ କିଛି ନିୟନ୍ତ୍ରଣ କରୁଛୁ” ଏବଂ ଆବଶ୍ୟକ ପଡ଼ିଲେ ଶକ୍ତି ପ୍ରୟୋଗ କରିବାକୁ ପଛାଇବୁ ନାହିଁ । ଏହି ଧମକ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇବା ପାଇଁ ଆମେରିକାର ଏକ ବଡ଼ ରଣନୀତି ଭାବେ ଦେଖାଯାଉଛି ।
    କଥା ମାନ ନହେଲେ ଭୋଗିବ
    ଭେନେଜୁଏଲା ନେତାଙ୍କୁ ସିଧାସଳଖ ଚେତାବନୀ ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
    ଆଚରଣରେ ପରିବର୍ତ୍ତନ ନ ଆସିଲେ ଆଗକୁ ଆହୁରି ବଡ଼ ଧରଣର ଏୟାର ଷ୍ଟ୍ରାଇକ୍
    କ୍ଷମତା ଏବଂ ନିୟନ୍ତ୍ରଣ ଆମେରିକା ହାତରେ ଅଛି ବୋଲି ଟ୍ରମ୍ପ କହିଛନ୍ତି
    ଭେନେଜୁଏଲାରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଆମେରିକା ପ୍ରତିବଦ୍ଧ
    ଚେତାବନୀ ପରେ ଦକ୍ଷିଣ ଆମେରିକା ଅଞ୍ଚଳରେ ଉତ୍ତେଜନା ବୃଦ୍ଧି
    ଭେନେଜୁଏଲାର ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ଉପରେ ଆମେରିକା ନଜର ରଖିଛି
    ଭେନେଜୁଏଲା ତୈଳ ଉପରେ ଆମେରିକାର ଅଧିକାର ଅଛି ବୋଲି ଟ୍ରମ୍ପ କହିଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ