Sunday, October 19, 2025
21.2 C
Odisha

    ଭେନେଜୁଏଲାରେ ଭୂକମ୍ପ ଝଟକା, ତୀବ୍ରତା ୬.୧

    ଆଗକୁ ପଢନ୍ତୁ

    ଭେନେଜୁଏଲା: ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି । ଆଫଗାନିସ୍ତାନ, ମିଆଁମାର ଏବଂ ତୁର୍କୀ ଭଳି ଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏବେ, ଗୁରୁବାର ସକାଳୁ-ସକାଳୁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଏକ ଶକ୍ତିଶାଳୀ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ଲୋକମାନଙ୍କୁ ଭୟଭିତ କରିଛି ।

    ଏଥିସହ ଉତ୍ତର-ପଶ୍ଚିମ ଭେନେଜୁଏଲାରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ରିପୋର୍ଟ କରିଛି । USGS ଅନୁଯାୟୀ, ରାଜଧାନୀ କାରାକାସରୁ ୩୭୦ ମାଇଲ ପଶ୍ଚିମରେ ଥିବା ମେନେ ଗ୍ରାଣ୍ଡେରେ ଏହାର କେନ୍ଦ୍ରସ୍ଥଳ ଥିଲା । ଭେନେଜୁଏଲାର ସରକାର ତୁରନ୍ତ ଭୂମିକମ୍ପ ସମ୍ପର୍କରେ ସୂଚନା ପ୍ରକାଶ କରି ନାହାଁନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    92 %
    0.4kmh
    0 %
    Sun
    29 °
    Mon
    27 °
    Tue
    29 °
    Wed
    29 °
    Thu
    28 °

    ସମ୍ବନ୍ଧିତ