Wednesday, April 8, 2026
23.9 C
Odisha

    ଭୋଜି କରିବା ହେଲା କାଳ, ସାଙ୍ଗ ମାରିଦେଲେ ସାଙ୍ଗକୁ

    ଆଗକୁ ପଢନ୍ତୁ

    କୋରାପୁଟ : ଭୋଜି କରିବା ହେଲା କାଳ। ଘରୁ ଡାକିଲେ ସାଙ୍ଗ ସାଥି ହୋଇ ଭୋଜି ବି କଲେ କିନ୍ତୁ ସକାଳୁ ପରିବା ବଗିଚାରେ ପଡ଼ିଥିଲା ଜଣଙ୍କର ମର ଶରୀର। ସାଙ୍ଗ ସାଥୀ ହୋଇ ଭୋଜି କରୁ କରୁ କେହି ଯେ କାହାର ଜୀବନ ନେଇ ଯିବ ସେ କଥା କାହାକୁ ବା ଜଣାଥିଲା। କୋରାପୁଟ ଜିଲ୍ଲା ବୋରିଗୁମା ନକୁଳଗୁଡା ଗାଁର ଜଗନ୍ନାଥ ମାଝି ଭୋଜି ପାଇଁ ଯାଇଥିଲେ। କିନ୍ତୁ ରାତିରେ ଘରକୁ ଫେରି ନଥିଲେ। ସକାଳ ହେବାରୁ ଜଗନ୍ନାଥଙ୍କୁ ତାଙ୍କ ମା’ ବହୁ ଖୋଜାଖୋଜି କରିଥିଲେ। ସବୁ ପରେ ବି ଜଗନ୍ନାଥଙ୍କୁ ନପାଇବାରୁ ଘର ପଛ ପଟ ପରିବା ବାଡ଼ିକୁ ଯାଇଥିଲେ। ସେଠାରେ ପଡ଼ିଥିଲା ଜଗନ୍ନାଥଙ୍କ ମରଶରୀର। ପୁଅକୁ ଏମିତି ଅବସ୍ଥାରେ ଦେଖି ତାଙ୍କ ପାଦ ତଳୁ ଯେମତି ମାଟି ଖସିଗଲା। ସଙ୍ଗେ ସଙ୍ଗେ ଗାଁକୁ ଲୋକଙ୍କୁ ଖବର ଦେଲେ। ଖବର ପାଇ ଗାଁ ଲୋକଙ୍କ ସହ ପୋଲିସ ବି ପହଞ୍ଚିଲା। ତେବେ ଏ ଘଟଣାର ଏବେ ହୋଇଛି ପର୍ଦାଫାସ। ୫ ସମ୍ପୃକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି ।ତେବେ ଜଗନ୍ନାଥଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

    ସୂଚନା ଅନୁସାରେ ବୋରିଗୁମ୍ମା ନକୁଳଗୁଡା ଗାଁର ୨୮ ବର୍ଷିୟ ଜଗନ୍ନାଥ ନୂଆବର୍ଷରେ ସାଙ୍ଗସାଥିଙ୍କ ସହ ଦିନରେ ଭୋଜି ଭାତ କରି ଖାଇଥିଲେ। ପୁଣି ରାତିରେ ଜଗନ୍ନାଥ ନିଜ ସାଙ୍ଗ ସାଥି ସହ ନିଜ ଘର ପଛପଟେ ଏକ ପରିବା ବଗିଚାରେ ଭୋଜି ଆୟୋଜନ କରିଥିଲେ। ହେଲେ ରାତିରେ ଭୋଜି ଖାଇ ଆଉ ଘରକୁ ଫେରି ନଥିଲେ। ସକାଳୁ ଜଗନ୍ନାଥଙ୍କ ମର ଶରୀର ମିଳିଥିଲା। ପରେ ବିସିଂପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ବୋରିଗୁମା ଏସଡିପିଓ ତପସ୍ୱିନୀ କଁହର ଘଟଣା ସ୍ଥଳ ଦେଖିବା ସହ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହି ଘଟଣାରେ ୫ ଜଣଙ୍କର ସମ୍ପକ୍ତି ଥିବାବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ