Thursday, March 6, 2025
15.6 C
Odisha

    ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ୨ ଗୁରୁତର

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି:  ସୋମବାର ଅପରାହ୍ନରେ ମଝି ଚିଲିକାରେ ଦୁଇଟି ପର୍ଯ୍ୟଟକ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଡଙ୍ଗାରେ ଥିବା ଦୁଇ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅପରାହ୍ନରେ ସାତପଡାରୁ ଏକ ପର୍ଯ୍ୟଟକ ଡଙ୍ଗାରେ ୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଚିଲିକା ବୁଲିବାକୁ ଯାଇଥିଲେ ।

    ପର୍ଯ୍ୟଟକ ଡଙ୍ଗାରେ ଚିଲିକା ବୁଲିବା ବେଳେ ପୂର୍ବରୁ ଚିଲିକାରେ ବୁଲୁଥିବା ଅନ୍ୟ ଏକ ପର୍ଯ୍ୟଟକ ଡଙ୍ଗା ସହିତ ସାମନା ପଟୁ ଧକ୍କା ହୋଇଥିଲା ।ପୂର୍ବରୁ ବୁଲୁଥିବା ପର୍ଯ୍ୟଟକ ଡଙ୍ଗାରେ ବସିଥିବା ୮ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଦୁଇ ଜଣ ପର୍ଯ୍ୟଟକ ଡଙ୍ଗାରେ ପିଟି ହୋଇ ମୁଣ୍ଡ ଫାଟି ଯାଇଛି ।ଦୁଇଟି ଡଙ୍ଗାରେ ଥିବା ଅନ୍ୟ ୧୪ଜଣ ପର୍ଯ୍ୟଟକ ସୁରକ୍ଷିତ ଭାବରେ କୂଳକୁ ଫେରିଛନ୍ତି । ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ସଦର ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି । ତେବେ ଦୁଇଟି ଡଙ୍ଗାରେ ଥିବା ପର୍ଯ୍ୟଟକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଡଙ୍ଗା ଚାଳକ ନିୟନ୍ତ୍ରଣ ହରାଇ ଅନ୍ୟ ଡଙ୍ଗାରେ ପିଟି ଦେଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.6 ° C
    15.6 °
    15.6 °
    21 %
    2kmh
    0 %
    Thu
    33 °
    Fri
    35 °
    Sat
    38 °
    Sun
    38 °
    Mon
    39 °

    ସମ୍ବନ୍ଧିତ