Wednesday, October 7, 2026
22.5 C
Odisha

    ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: କାର୍ ଦୁର୍ଘଟଣାରେ ୭ ଗୁରୁତର

    ଆଗକୁ ପଢନ୍ତୁ

    ଯାଜପୁର :  ଗତକାଲି ରାତି ପ୍ରାୟ ୯ଟା ସମୟରେ କୁଆଖିଆ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯାଜପୁର ଟାଉନ୍‌ରୁ କୁଆଖିଆ ଆଡ଼କୁ ଆସୁଥିବା ଏକ କାର ପ୍ରଥମେ ସାରଙ୍ଗପୁରଠାରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ସେଠାରୁ ଦ୍ରୁତ ଗତିରେ କୁଆଖିଆ ବଜାରକୁ ଆସି ବଜାର ମଧ୍ୟରେ ଏକ ବାଇକ୍ ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା ।

    ଏହି ଦୁର୍ଘଟଣାରେ ବାଇକ୍‌ଚାଳକମାନଙ୍କ ସହିତ ପାଖରେ ଥିବା ମୋଟ ୭ ଜଣ ଗୁରୁତର ଆହତ ହୋଇଥିଲେ। ଖବରପାଇ କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍‌ସ ଯୋଗେ ଆହତମାନଙ୍କୁ ମଧୁବନ ସିଏଚ୍‌ସିକୁ ପଠାଇଥିଲା। ସେଠାରୁ ୩ ଜଣଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ