Wednesday, May 7, 2025
27.4 C
Odisha

    ମଧୁମେହ ଠାରୁ ଆରମ୍ଭ କରି ଥକ୍କାପଣ; ଏହି ଶାଗ ଶରୀର ପାଇଁ ବରଦାନ

    ଆଗକୁ ପଢନ୍ତୁ

    କଖାରୁ ଏମିତି ଏକ ଜିନିଷ ଯାହାର ସବୁ ଅଂଶ ଖାଦ୍ୟ ପଯୋଗୀ। ତେଣୁ କଖାରୁରେ ପ୍ରସ୍ତୁତ ତରକାରୀ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ନିଶ୍ଚୟ ଖାଇଥିବେ । ମାତ୍ର କଖାରୁ ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ହୁଏତ ସଭିଏଁ ଜାଣିନଥିବେ ।ତେବେ ଆସନ୍ତୁ ଜାଣିବା :-
    କଖାରୁୁ ପତ୍ରରେ ଭରପୁର ମାତ୍ରାରେ ଭିଟାମିନ୍‌ ରହିଛି ।

    କଖାରୁ ଶାଗ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହିଥାଏ ।

    ଚକ୍ଷୁ ସୁସ୍ଥ ସହ ଦୃଷ୍ଟି ଶକ୍ତି ମଜଭୁତ ହୋଇଥାଏ । ମଧୁମେହ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

    ହାଡ ଜନିତ ସମସ୍ୟା ଥିଲେ, ଏହାର ପତ୍ରକୁ ଜୁସ୍‌ କରି ସକାଳେ ଖାଲି ପେଟରେ ଏକ ଗ୍ଲାସ ଓ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପିଇବା ଦ୍ୱାରା ହାଡ ଜନିତ ସମସ୍ୟା ଦୂର ହୋଇଥାଏ ।

    ଓଜନ ବୃଦ୍ଧି ପାଇଁ ଚିନ୍ତିତ ଥିଲେ, ତେବେ ନିୟମିତ ଏହାର ଶାଗ ଖାଆନ୍ତୁ ।

    ଏହି ଶାଗ ତ୍ୱଚା ଚମକୁ ବୃଦ୍ଧି କରିବା ସହ ଏଥିରେ ପ୍ରୁଚର ମାତ୍ରାରେ ଆଇରନ ରହିଛି । ଯାହା ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ।

    ପ୍ରୋଟିନ୍‌ରେ ଭରପୁର ଏହି ଶାଗ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯେଉଁମାନଙ୍କର ମଧୁମେହ ସମସ୍ୟା ରହିଛି, ସେମାନେ ନିୟମିତ ଏହାକୁ ସେବନ କଲେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ ।

    ଏହି ଶାଗରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ଥିବାରୁ ଶରୀର କ୍ଷତ ଶୀଘ୍ର ପୂରଣ କରିଥାଏ ।

    ଗର୍ଭବତୀ ମହିଳାଙ୍କ ପାଇଁ ଏହି ଶାଗ ଖୁବ୍‌ ଉପକାରୀ । ଏହା ଶିଶୁର ମାନସିକ ବିକାଶ କରିଥାଏ । ଏହାସହ ରସୁଣ ଓ କଳା ଜିରା ସହ ଏହି ଶାଗ ପ୍ରସ୍ତୁତ କରି ସେବନ କଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.4 ° C
    27.4 °
    27.4 °
    67 %
    2.3kmh
    20 %
    Wed
    27 °
    Thu
    39 °
    Fri
    40 °
    Sat
    41 °
    Sun
    42 °

    ସମ୍ବନ୍ଧିତ