Thursday, July 9, 2026
25.6 C
Odisha

    ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଏଣିକି ସପ୍ତାହକୁ ମାତ୍ର ଥରେ ନେବେ ଇଞ୍ଜେକ୍ସନ

    ଆଗକୁ ପଢନ୍ତୁ

    ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ପ୍ରତିଦିନ ନେବାକୁ ପଡିବନି ଇନସୁଲିନ୍ । ସପ୍ତାହକୁ ମାତ୍ର ଥରେ ନେବେ ଇଞ୍ଜେକ୍ସନ। ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ଏବଂ ଏକମାତ୍ର ସପ୍ତାହକୁ ଥରେ ନେଉଥିବା ଇନସୁଲିନ୍ । ଡେନମାର୍କର ଔଷଧ ନିର୍ମାତା କମ୍ପାନୀ ନୋଭୋ ନରଡିସ୍କ ଲଞ୍ଚ କରିଥିବା ଏହି ଇନସୁଲିନ ହେଉଛି ଅୱିକଲୀ ବା ଇନସୁଲିନ୍ ଆଇକୋଡେକ୍ ।

    ଟାଇପ୍ – 1 ଏବଂ 2 ମଧୁମେହ ରୋଗୀଙ୍କ ପାଇଁ ଏହି ଇନସୁଲିନ ଲଞ୍ଚ ହୋଇଛି । ଏହି ଚିକିତ୍ସାର ଲକ୍ଷ୍ୟ ହେଉଛି ଇଞ୍ଜେକ୍ସନ ଚିନ୍ତାକୁ କମ କରିବା ଏବଂ ମଧୁମେହ ପୀଡିତ ରୋଗୀ ଠିକ୍ ସମୟରେ ଇଞ୍ଜେକ୍ସନ ନେବା । ବାର୍ଷିକ ୩୬୫ ଦିନ ଇନସୁଲିନ୍ ଇଞ୍ଜେକ୍ସନରୁ ମାତ୍ର ୫୨ କୁ ହ୍ରାସ କରି ମଧୁମେହ ଚିକିତ୍ସାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି ନୋଭୋ ନରଡିସ୍କ । ରୋଗୀଙ୍କ ଶରୀରର ଗ୍ଲୁକେଜ୍ ସ୍ତରକୁ ଦେଖି ଡୋଜ୍ ସ୍ଥିରିକୃତ ହେବ।

    ଭାରତରେ ପ୍ରାୟ ୧୦ କୋଟି ଲୋକ ମଧୁମେହରେ ପୀଡିତ । ପ୍ରାୟ ୧୩ କୋଟି ଲୋକଙ୍କ ପ୍ରାକ୍ ଡାଇବେଟିସ୍ ସ୍ଥିତି। ସେହିପରି ୯ ଲକ୍ଷରୁ ଅଧିକ ଲୋକ ଟାଇପ୍ 1 ମଧୁମେହରେ ପୀଡିତ । ପୂର୍ବରୁ ଆମେରିକା, ୟୁରୋପୀୟ ୟୁନିୟନ ସମେତ ଆଉ କିଛି ଦେଶରେ ଅନୁମୋଦନ ପାଇ ସାରିଛି ଏହି ସାପ୍ତାହିକ ଇନସୁଲିନ୍ ଇଂଜେକ୍ସନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    2.4kmh
    100 %
    Thu
    25 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ