Friday, July 10, 2026
25.1 C
Odisha

    ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ଏହି ଜୁସ୍, ଜାଣନ୍ତୁ ଉପକାର

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଡାଇବେଟିସ୍ ଭଳି ସମସ୍ୟା ଖୁବ୍ ସାଧାରଣ କଥା ପାଲଟିଗଲାଣି । ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଘରେ ଘରେ ଡାଇବେଟିସ୍ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଯଦି ନିୟନ୍ତ୍ରଣରେ ରଖାନଯାଏ ତେବେ ଏହା ପରବର୍ତ୍ତୀ ସମୟରେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏହି ସମସ୍ୟାକୁ ଦୂର କରିବାକୁ ଆମେ ଅନେକ ଟଙ୍କା ଖର୍ଚ୍ଚ କରି ଡାକ୍ତରଙ୍କ ପରାମର୍ଶ ନେଇ ଥାଉ ।  କିନ୍ତୁ କିଛି ପ୍ରାକୃତିକ ଉପାୟରେ ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ଏହି ପ୍ରାକୃତିକ ଉପଚାର ମଧ୍ୟରୁ ଗୋଟିଏ ହେଉଛି ଆଲୋଭେରା ଜୁସ । ଆୟୁର୍ବେଦରେ, ଆଲୋଭେରାକୁ ଔଷଧୀୟ ଗୁଣର ଏକ ଭଣ୍ଡାର ଭାବରେ ବିବେଚନା କରାଯାଏ । ଯାହା ରକ୍ତ ଶର୍କରା ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରେ । ଡାଇବେଟିସ୍ ରୋଗୀଙ୍କ ପାଇଁ ଏହାର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।

    ମଧୁମେହ ରୋଗୀ ନିଜ ସ୍ୱାସ୍ଥ୍ୟର ଯତ୍ନ ରଖିବା ବହୁତ କଷ୍ଟସାଧ୍ୟ ହୋଇଥାଏ । ଏମିତିରେ ହେଲଦି ଲାଇଫଷ୍ଟାଇଲ ଏବଂ ନ୍ୟୁଟ୍ରିସନାଲ୍‌ ଡାଏଟ ଫଲୋ କରିବାର ଆବଶ୍ୟକ ପଡିଥାଏ । ଏମିତିରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଲୋଭେରା ଜୁସ୍‌ ପିଇବାର ପରାମର୍ଶ ଦିଅନ୍ତି । ଏହାର ଗଛ ସାଧାରଣତଃ ଘରେ ବାଡି ବଗିଚାରେ କୁଣ୍ଡରେ ଲଗାଯାଇଥାଏ । ନିଜ ସ୍କିନ୍‌ ଏବଂ କେଶର ସୁନ୍ଦରତା ବଢ଼ାଇବା ପାଇଁ ଆଲୋଭେରା ବା ଘିକୁଆଁରୀର ବ୍ୟବହାର ନିଶ୍ଚୟ କରିଥିବେ । କିନ୍ତୁ ସମସ୍ତେ ଏହାର କୌଣସି ଜୁସକୁ ସେବନ କରିନଥାନ୍ତି ।

    ସର୍ବପ୍ରଥମେ ଅଲୋଭେରା ପତ୍ରକୁ ଛେଲି ତାର ଜେଲ ବାହାର କରିଦିଅନ୍ତୁ । ଏବେ ଏହାକୁ ଭଲଭାବେ ବ୍ଲେଣ୍ଡ୍‌ କରିନିଅନ୍ତୁ । ଏବେ ଏଥିରେ କଳା ଲୁଣ, ଲେମ୍ବୁ ଏବଂ ଗୋଲ ମରୀଚ ମିଶାଇ ଏକ ବହୁତ ବଢ଼ିଆ ଜୁସ୍‌ ପ୍ରସ୍ତୁତ କରନ୍ତୁ ଏବଂ ପିଅନ୍ତୁ । ଆସନ୍ତୁ ଜାଣିବା ଏହାକୁ ନିୟମିତ ଭାବେ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ କଣ ଫାଇଦା ମିଳିଥାଏ ।

    ଆଲୋଭେରା ଜୁସକୁ ଡାଇବେଟିଜ୍‌ ଏବଂ ପ୍ରି ଡାଇବେଟିଜ୍‌ ରୋଗୀ ପିଇପାରିବେ । ଅନେକ ରିସର୍ଚ୍ଚରେ ଏହା ପ୍ରମାଣିତ ହୋଇସାରିଛି ଯେ ଏହି ଡ୍ରିଙ୍କକୁ ପିଇବା ଦ୍ୱାରା ଆପଣଙ୍କ ବ୍ଳଡ ସୁଗାର ଲେବଲ କମ ରହିବା ସହ ନିୟନ୍ତ୍ରଣରେ ରହିଥାଏ । ଡାଇବେଟିଜ୍‌ ରୋଗୀଙ୍କଠାରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ଥାଏ । ଏଥିରେ ଆଣ୍ଟି-ଇନଫ୍ଲାମେଣ୍ଟରୀ ଏବଂ ଆଣ୍ଟି ଆକ୍ସିଡେଣ୍ଟସ ଗୁଣ ଥାଏ । ଯାହା ହାର୍ଟ ଆଟାକ ଭଳି ଗମ୍ଭୀର ରୋଗ ଠାରୁ ରକ୍ଷା କରିଥାଏ । ଆଲୋଭେରାରେ କ୍ରୋମିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ଭଳି ଉପାଦାନ ରହିଛି, ଯାହା ଶରୀରରେ ଇନସୁଲିନ ସମ୍ବେଦନଶୀଳତାକୁ ବୃଦ୍ଧି କରେ। ଏହା ରକ୍ତରେ ଶର୍କରା ସ୍ତରକୁ ଶୀଘ୍ର ବୃଦ୍ଧି ପାଇବାରୁ ରୋକିଥାଏ।

    ଏଥିରେ ଏନଜାଇମ୍ ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଯାହା କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ମଧ୍ୟ ରୋକିବାରେ ସହାୟକ କରେ । ଯାହା ଦ୍ବାରା ପାଚନକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ ।

    ଯଦି ଆପଣଙ୍କର ଏହି ସବୁ ସମସ୍ୟା ରହିଛି ତେବେ ଏହି ନ୍ୟାଚୁରାଲ ଉପାୟ ମାଧ୍ୟମରେ ସ୍ବାସ୍ଥ୍ୟଗତ ଅସୁବିଧାକୁ ରୋକାଯାଇପାରିବ । ବିଶେଷ କରି ଡାଇବେଟିସ୍ ଲୋକମାନଙ୍କ ପାଇଁ ଏହା ବେଷ୍ଟ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    85 %
    1.9kmh
    100 %
    Fri
    30 °
    Sat
    27 °
    Sun
    27 °
    Mon
    25 °
    Tue
    27 °

    ସମ୍ବନ୍ଧିତ