ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା । ଇସ୍ରାଏଲ ଉପରେ ରକେଟ ଆକ୍ରମଣ । ଗତକାଲି ରାତିରେ ଦୁଇ ପଟୁ ଇସ୍ରାଏଲ ଉପରେ ରକେଟ ବର୍ଷା । ଇରାନ୍ ଓ ଲେବନନର ହିଜବୁଲ୍ଲା ପକ୍ଷରୁ ଜୋରଦାର ଆକ୍ରମଣ । ଗୋଟିଏ ସମୟରେ ଏକାଧିକ ରକେଟ ମାଡ଼ ହୋଇଛି । ଇସ୍ରାଏଲ ଉପରେ ଇରାନର ଆକ୍ରମଣ । ଇସ୍ରାଏଲ ଉପରେ ଇରାନର ବଡ଼ଧରଣର ଆକ୍ରମଣ । ଲେବନାନରେ ଇସ୍ରାଏଲ ଆକ୍ରମଣର କଡ଼ା ଜବାବ ଦେଲା ଇରାନ । ଇସ୍ରାଏଲରେ ବଡ଼ଧରଣର ମିସାଇଲ ଆଟାକ କରିଛି ଇରାନ ।
ଇସ୍ରାଏଲ-ଇରାନ ପୁଣି ପରସ୍ପରକୁ କଲେ ଆକ୍ରମଣ । ଇସ୍ରାଏଲ ପକ୍ଷରୁ ବେରୁତର ଦକ୍ଷିଣ ଉପକଣ୍ଠରେ ଥିବା ହେଜବୁଲ୍ଲା ଆଡା ଉପରେ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିଶୋଧ ସ୍ୱରୂପ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ ଇସ୍ରାଏଲ ଉପରକୁ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏହା ଚଳିତ ବର୍ଷ ଏପ୍ରିଲ ମାସରୁ ଲାଗୁ ହୋଇଥିବା ଯୁଦ୍ଧବିରତି ପରେ ଇରାନ ପକ୍ଷରୁ କରାଯାଇଥିବା ପ୍ରଥମ ପ୍ରତ୍ୟକ୍ଷ ଆକ୍ରମଣ । ଇରାନ ଏହି ଆକ୍ରମଣକୁ ଏକ “ସତର୍କବାଣୀ” ବୋଲି ଅଭିହିତ କରିଛି। ଇରାନର ସୂଚନା ଅନୁଯାୟୀ, ଏହା କେବଳ ସେମାନଙ୍କ ଆଗାମୀ କାର୍ଯ୍ୟାନୁଷ୍ଠାନର ଆରମ୍ଭ ମାତ୍ର । ତେବେ ଅଧିକାଂଶ କ୍ଷେପଣାସ୍ତ୍ରକୁ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଛି । ଏହାସହ ଇସ୍ରାଏଲ ପାଲଟା ଆକ୍ରମଣ ମଧ୍ୟ କରିଛି ।
