ନୂତନ ଭାବରେ ନିଯୁକ୍ତ ହୋଇଥିବା ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରାଙ୍କ ନେତୃତ୍ୱରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏମ୍‌ପିସି ହାରକୁ ୨୫ ବେସିକ୍‌ ପଏଣ୍ଟ୍‌ ହ୍ରାସ କରିବା ପରେ ୬.୨୬% ରହିଛି ରୋପା ରେଟ୍‌।

ରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କର ଏହା ପ୍ରଥମ ନୀତି ବୈଠକ ଥିଲା। ୨୦୨୦ ମସିହା ପରଠାରୁ ରୋପା ରେଟ୍‌ ପ୍ରଥମ ଥର ପାଇଁ ହ୍ରାସ ପାଇଛି। ବ୍ୟୟ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। 

ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା। 

ଆର୍‌ବିଆଇର ଗଭର୍ଣ୍ଣର କହିଛନ୍ତି ଯେ, ରେପୋ ରେଟ୍ ନେଇ ବୈଠକରେ ଆର୍ଥିକ ବିକାଶ ଉପରେ ଆଲୋଚନା ହୋଇଥିଲା । ଆମେ ବୈଠକରେ ନିଷ୍ପତ୍ତି ନେଇଛୁ ଯେ ରେପୋ ହାର ହ୍ରାସ କରାଯାଉଛି । ଏବେ ରେପୋ ହାର ୬.୫୦ରୁ ୬.୨୫କୁ ହ୍ରାସ କରାଯାଇଛି । ରେପୋ ହାର ହ୍ରାସ ପରେ, ଋଣଗ୍ରହିତାଙ୍କ ଋଗଓ ଏବେ ହ୍ରାସ ପାଇବ । ଜଈଓ ଗଭର୍ଣ୍ଣର କହିଥିଲେ ଯେ ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ସେହି ସମୟରେ, ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଉଛି । ଫେଡେରାଲ ରିଜର୍ଭ ବ୍ୟାଙ୍କ ଦ୍ୱାରା ମଧ୍ୟ ହାର ହ୍ରାସ କରାଯାଉଛି । ମୁଦ୍ରାସ୍ପୀତି ମଧ୍ୟ ବୃଦ୍ଧି ପାଉଛି । ଯାହାଦ୍ୱାରା ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଛି । ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ଏଣୁ ରିଜର୍ଭ ବ୍ୟାଙ୍କ ଆଗରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି । 

ସୂଚନାଯୋଗ୍ୟ, ରେପୋ ରେଟ୍‌ ବା ସୁଧ ହାର ହେଉଛି ରିଜର୍ଭ ବ୍ୟାଙ୍କ୍‌ରୁ ବାଣିଜ୍ୟିକ ବ୍ୟାଙ୍କ୍‌ମାନେ ନେଉଥିବା ଅର୍ଥ ଉଧାର ଉପରେ ଦେବାକୁ ପଡୁଥିବା ସୁଧ। ରିଭର୍ସ ରେପୋ ରେଟ୍‌ ହେଉଛି ବାଣିଜ୍ୟିକ ବ୍ୟାଙ୍କ୍‌ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍‌ ଦେଉଥିବା ଦେୟ। ଉପରୋକ୍ତ ଉଭୟ ବ୍ୟବସ୍ଥାକୁ ଭାରତୀୟ ଅର୍ଥନୀତିରେ ‘ବେଞ୍ଚ୍‌ମାର୍କ ଇଣ୍ଟ୍ରେଷ୍ଟ୍‌ ରେଟ୍’ ଭାବେ ବିବେଚନା କରାଯାଏ।