Sunday, October 11, 2026
28.3 C
Odisha

    ଗ୍ରାପ୍‌-୩ କଟକଣା ସତ୍ତ୍ବେ ଦିଲ୍ଲୀ ସ୍ଥିତି ସାଂଘାତିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଶନିବାର ସହରର କେତେକ ସ୍ଥାନରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୫୦ ଅତିକ୍ରମ କରିଥିବା ଜଣାପଡିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ଦିଲ୍ଲୀ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇପଡିଛି। ୱାଜିରପୁରରେ ଏକ୍ୟୁଆଇ ୪୫୦, ବାୱାନାରେ ୪୪୩, ରୋହିଣୀ ଓ ଆନନ୍ଦ ବିହାରରେ ୪୨୬, ମୁଣ୍ଡ୍‌କାରେ ୪୨୫, ଜାହାଙ୍ଗିରପୁରୀରେ ୪୨୩, ବିବେକ ବିହାର ଓ ଚାନ୍ଦିନୀଚୌକରେ ୪୨୦ ରେକର୍ଡ କରାଯାଇଛି।

    ଦୀପାବଳି ପରଠାରୁ ଦିଲ୍ଲୀ ବାୟୁମଣ୍ଡଳ କ୍ରମଶଃ ପ୍ରଦୂଷିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରୁ ସିଏମକ୍ୟୁଏମ (କମିସନ ଫର୍‌ ଏୟାର କ୍ବାଲିଟୀ ମ୍ୟାନେଜମେଣ୍ଟ) ପକ୍ଷରୁ ସହରରେ ଗ୍ରାପ୍‌-୩ (ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ) କଟକଣା ଲାଗୁ କରାଯାଇଛି। ଗ୍ରାପ୍‌-୩ କଟକଣା ଅନୁଯାୟୀ ସହରରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିବାବେଳେ ବିଏସ୍‌-୬ ପେଟ୍ରୋଲ କିମ୍ବା ଡିଜେଲ ବ୍ୟବହାର କରୁନଥିବା ଯାନର ପ୍ରବେଶକୁ ବାତିଲ କରାଯାଇଛି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହାଇବ୍ରିଡ ମୋଡ୍‌ରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ବ୍ୟସ୍ତବହୁଳ ସଡକଗୁଡିକରେ ଜଳ ସିଞ୍ଚନ କରାଯାଉଛି। ଡିଏସ୍‌ଏସ୍‌ (ଡିସିସନ୍‌ ସପୋର୍ଟ ସିଷ୍ଟମ) ରିପୋାର୍ଟ ଅନୁଯାୟୀ ଦିଲ୍ଲୀ ପ୍ରଦୂଷଣ ପାଇଁ ନଡାପୋଡି ୮.୫ ପ୍ରତିଶତ ଏବଂ ଯାନବାହନ ଚଳାଚଳ ୧୯.୮ ପ୍ରତିଶତ ଦାୟୀ ରହିଛି। ଇତିମଧ୍ୟରେ ନଡାପୋଡି ଘଟଣା ସମ୍ପର୍କରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ନିର୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ