Saturday, April 4, 2026
36.1 C
Odisha

    ମନ୍ଦିର ହୁଣ୍ଡି ନେଇଗଲେ ଲୁଟେରା

    ଆଗକୁ ପଢନ୍ତୁ

    ବସ୍ତା: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ୍। ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନେ ମନ୍ଦିରର ମୁଖ୍ୟଗେଟର ତାଲା ଭାଙ୍ଗି ହୁଣ୍ଡିବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିନେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ମନ୍ଦିରର ପୂଜକ ପୁଜାର୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଲାବେଳକୁ ମନ୍ଦିରର ମୁଖ୍ୟ ଫାଟକର ତାଲାକୁ କାଟି ଭିତରକୁ ଦୁର୍ବୃତ୍ତମାନେ ପଶି ହୁଣ୍ଡି ବାକ୍ସକୁ ଭାଙ୍ଗି ଲୁଟ କରିଥିବାର ଦେଖିଥିଲେ।

    ଏନେଇ ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦିନକୁ ଦିନ ଏଭଳି ବାଲିଆପାଳ ବ୍ଳକ୍ ରେ ମନ୍ଦିର ଚୋରି ହେଉଥିବାରୁ ପୋଲିସର ପାରିବାପଣିଆକୁ ନେଇ ଲୋକେ ଆଙ୍ଗୁଠି ଉଠେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ