Thursday, March 12, 2026
21.6 C
Odisha

    ମନ, ମାନ, ସମ୍ମାନ ଓ ମାନ୍ୟତାରେ ଭାରତ ୧ ନମ୍ବର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ବିଶ୍ୱ ସ୍ଥରରେ ୨୦୨୪ ବର୍ଷ ଭାରତ ପାଇଁ ଅନେକ ସଫଳତା ଆଣିଦେଇଛି। ଦେଶ ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଲକ୍ଷ୍ୟ ଆଡ଼କୁ ଦୃଢ଼ତାର ସହ ଅଗ୍ରସର ହେଉଥିବା ବେଳେ ପରିବହନ ଓ ଯୋଗାଯୋଗ, ଉଦ୍ଭାବନ, ନିରାପତ୍ତା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଦେଶ ଯଥେଷ୍ଟ ଅଗ୍ରଗତି କରିଛି। ଗତ ୧୦ ବର୍ଷ ମଧ୍ୟରେ ଅନେକ ସଫଳତାର ପାଲଟିଛି ଭାରତ।ଯଥା –

    ୧. ୨୦୧୫ରୁ ୨୦୧୮ ମଧ୍ୟରେ ଇଜ୍ ଅଫ୍ ଡୁଇଂ ବିଜନେସ୍ ସୂଚକାଙ୍କରେ ୪୨ ସ୍ଥାନ ଅଗ୍ରସର

    ୨. ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତ ୨୦୧୪ରେ ୭୧ତମ ସ୍ଥାନରେ ଥିବା ବେଳେ ୨୦୧୮ରେ ୩୯ତମ ସ୍ଥାନକୁ ଉନ୍ନୀତ

    ୩. ୨୦୨୨ରେ ବିମାନ ଚଳାଚଳ ନିରାପତ୍ତା ତଦାରଖ ବ୍ୟବସ୍ଥାରେ ୧୦୨ତମ ସ୍ଥାନରୁ ୪୮ତମ ସ୍ଥାନକୁ ଉନ୍ନୀତ

    ୪. ସର୍ବବୃହତ ବୈଦେଶିକ ମୁଦ୍ରା ଭଣ୍ଡାର ଥିବା ଶୀର୍ଷ ଚାରିଟି ଦେଶ ମଧ୍ୟରେ ଭାରତ

    ୫. ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କରେ ୧୩୯ଟି ଦେଶ ମଧ୍ୟରୁ ୩୮ତମ ସ୍ଥାନରେ ଭାରତ

    ୬. ପ୍ରମୁଖ ବନ୍ଦରଗୁଡ଼ିକରେ ଜାହାଜଗୁଡ଼ିକର ଚଳାଚଳ ସମୟ ୪୮.୬୫% ହ୍ରାସ

    ୭. ବୈଦେଶିକ ମୁଦ୍ରା ଭଣ୍ଡାର ୭୦୦୦ ଆମେରିକୀୟ ବିଲିୟନ ଡଲାର ଅତିକ୍ରମ କରି ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନରେ ଭାରତ

    ୮. ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତ ୩୯ତମ ସ୍ଥାନକୁ ଉନ୍ନୀତ

    ୯. ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବର ସର୍ବବୃହତ୍ ରାଷ୍ଟ୍ର

    ୧୦. ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସରେ ୩୯ତମ ସ୍ଥାନରେ ଭାରତ

    ୧୧. ନେଟ୍ ୱାର୍କ ରେଡିନେସ୍ ଇଣ୍ଡେକ୍ସ ୨୦୨୪ରେ ଶ୍ରେଷ୍ଠ ୫୦ଟି ଦେଶ ମଧ୍ୟରେ ଭାରତ

    ୧୨. ଏଆଇ ପ୍ରତିଭା ଏବଂ ଆଇସିଟି ସେବା ରପ୍ତାନିରେ ଭାରତ ପ୍ରଥମ

    ୧୩. ଏଆଇ ବୈଜ୍ଞାନିକ ପ୍ରକାଶନରେ ଭାରତ ପ୍ରଥମ

    ୧୪. ଏଫଟିଟିଏଚ୍ ସବସ୍କ୍ରିପସନରେ ଭାରତ ଦ୍ଵିତୀୟ

    ୧୫. ମୋବାଇଲ୍ ଇଣ୍ଟରନେଟ୍ ଟ୍ରାଫିକରେ ଭାରତ

    ୧୬. ପେଟେଣ୍ଟ, ଟ୍ରେଡମାର୍କ ଏବଂ ଇଣ୍ଡଷ୍ଟ୍ରିଆଲ ଡିଜାଇନରେ ଶ୍ରେଷ୍ଠ ୧୦ଟି ମଧ୍ୟରେ ଭାରତ

    ୧୭. କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଶ୍ରେଷ୍ଠ ୧୦୦ ମଧ୍ୟରେ ଭାରତର ୭ଟି ଅନୁଷ୍ଠାନ

    ୧୮. ଗ୍ଲୋବାଲ ସାଇବର ସିକ୍ୟୁରିଟି ଇଣ୍ଡେକ୍ସ ୨୦୨୪ରେ ଭାରତର ଟାୟର ୧ ମାନ୍ୟତା

    ୧୯. ଲିଙ୍ଗଗତ ସମାନତା କ୍ଷେତ୍ରରେ ୧୦୮ତମ ସ୍ଥାନକୁ ଉନ୍ନିତ ଭାରତ

    ୨୦. ଭ୍ରମଣ ଓ ପର୍ଯ୍ୟଟନ ବିକାଶ ସୂଚକାଙ୍କରେ ପର୍ଯ୍ୟଟନ କ୍ଷେତ୍ରରେ ୩୯ତମ ସ୍ଥାନରେ ଭାରତ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    27 %
    1.7kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ