Thursday, November 26, 2026
24.7 C
Odisha

    ଆଜି ଏବଂ ଆସନ୍ତାକାଲି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତିମଣତି

    ଆଗକୁ ପଢନ୍ତୁ

    ପୁରୀ : ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ପୁର୍ନବାର ଆରମ୍ଭ ହେବ। ମାର୍ଗଦର୍ଶିକା ଆଧାରରେ କେବଳ ଅନୁମୋଦିତ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯିବେ । ଭଣ୍ଡାର ଘରେ ପ୍ରବେଶ କରି ଗଣତିମଣତିରେ ସାମିଲ ହେବେ। ଏଥର ସମ୍ଭବତଃ ଖଟ ଶେଜ ଘର କାଠ ବାକ୍ସ ଅଳଙ୍କାର ଗଣତିମଣତି କରାଯିବ।  ମହାକାର୍ତ୍ତିକ ଏବଂ  ପଞ୍ଚୁକ ନୀତି ବହୁଳ କାର୍ଯ୍ୟକ୍ରମ ଯୋଗୁଁ ଗଣତି ପ୍ରକ୍ରିୟା ସାମୟିକ ଭାବେ ବନ୍ଦ ରହିଥିବାବେଳେ ପଞ୍ଚକ ପରେ ଏହା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକ ଆଧାରରେ ୨୦୨୫ ମାର୍ଚ୍ଚ ୨୫ ରୁ ଶ୍ରୀମନ୍ଦିର  ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ୍ ସାମଗ୍ରୀର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ବର୍ତ୍ତମାନ୍ ସୁଦ୍ଧା ମୋଟ୍ ୭୮ ଘଣ୍ଟା ୩ ମିନିଟ୍ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇସାରିଛି। ମାର୍ଚ୍ଚରୁ ସେପ୍ଟେମ୍ବର ୧ ମଧ୍ୟରେ ୧୭ ଦିନ ଗଣତିମଣତି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    52 %
    1.5kmh
    5 %
    Thu
    26 °
    Fri
    25 °
    Sat
    25 °
    Sun
    24 °
    Mon
    24 °

    ସମ୍ବନ୍ଧିତ