Tuesday, April 7, 2026
25.2 C
Odisha

    ମମତା ଓ ଲକ୍ଷ୍ମୀଙ୍କୁ ମହାମଣ୍ଡଳେଶ୍ୱର ପଦରୁ ବାହାର କରାଗଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ମଧ୍ୟରେ କିନ୍ନର ଆଖଡ଼ା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ଋଷି ଅଜୟ ଦାସ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଆଖଡ଼ାରୁ ବାହାର କରିଛନ୍ତି। ମମତା କୁଲକର୍ଣ୍ଣୀଙ୍କ ସମେତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବି ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଏବଂ ଆଖଡ଼ା ପଦବୀରୁ ବାହାର କରାଯାଇଛି। ଏହି ନିଷ୍ପତ୍ତି ପ‌ରେ ଆଖଡ଼ାକୁ ନୂତନ ଭାବରେ ଗଠନ କରାଯିବା ନେଇ ଋଷି ଅଜୟ ଦାସ କହିଛନ୍ତି ।ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ କିଛି ଦିନ ପୂର୍ବରୁ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ  ସନ୍ୟାସିନୀ ହେବାର ସୂଚନା ଦେଇଥିଲେ। ମମତା  ମହାକୁମ୍ଭ ସମୟରେ କିନ୍ନର ଆଖଡ଼ାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଭେଟିଥିଲେ। ଏହାପରେ ମମତା ସଙ୍ଗମରେ ପିଣ୍ଡଦାନର ବିଧି ପାଳନ କରିଥିଲେ ଏବଂ ତାଙ୍କର କିନ୍ନର ଆଖଡ଼ାରେ ଅଭିଷେକ ହୋଇଥିଲା। ମହାକୁମ୍ଭରେ ସନ୍ୟାସ ଗ୍ରହଣ କରିବା ପରେ ମମତା କୁଲକର୍ଣ୍ଣୀଙ୍କୁ ଏକ ନୂତନ ଆଧ୍ୟାତ୍ମିକ ନାମ ‘ଶ୍ରୀ ଯମାୟୀ ମମତା ନନ୍ଦ ଗିରି’ ଦିଆଯାଇଥିଲା। ଏଥିସହିତ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଭାବରେ ନିଯୁକ୍ତ କରାଯାଇଥିଲା।

    ଏକ ସାକ୍ଷାତକାରରେ ମମତା କୁଲକର୍ଣ୍ଣି କହିଥିଲେ, ମୋର ଭାରତ ଛାଡିବାର କାରଣ ଆଧ୍ୟାତ୍ମିକତା ଥିଲା। ୧୯୯୬ ମସିହାରେ, ମୁଁ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଥିଲି ଏବଂ ସେହି ସମୟରେ ମୁଁ ଗୁରୁ ଗଗନ ଗିରି ମହାରାଜଙ୍କୁ ଭେଟିଥିଲି। ତାଙ୍କ ଆଗମନ ପରେ, ଆଧ୍ୟାତ୍ମିକତା ପ୍ରତି ମୋର ଆଗ୍ରହ ବଢ଼ିଗଲା ଏବଂ ମୋର ତପସ୍ୟା ଆରମ୍ଭ ହୋଇଥିଲା। ମୁଁ ବଲିଉଡ୍ ଛାଡି ୨୦୦୦ ରୁ ୨୦୧୨ ପର୍ଯ୍ୟନ୍ତ ତପସ୍ୟା ଜାରି ରଖିଥିଲି।ମୁଁ ଦୁବାଇରେ ଅନେକ ବର୍ଷ ବିତାଇଛି, ଯେଉଁଠାରେ ମୁଁ ଦୁଇଟି ଶୟନ କକ୍ଷ ବିଶିଷ୍ଟ ଫ୍ଲାଟରେ ରହି ୧୨ ବର୍ଷ ଧରି ବ୍ରହ୍ମଚର୍ଯ୍ୟ ପାଳନ କରିଥିଲି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ