Wednesday, October 7, 2026
22.5 C
Odisha

    ମସ୍ତିଷ୍କ ଉପରେ କୁପ୍ରଭାବ ପକାଏ ମେଦବହୁଳତା

    ଆଗକୁ ପଢନ୍ତୁ

    ବିଶ୍ବର ବିଭିନ୍ନ ଦେଶରେ ମେଦବହୁଳ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେଦବହୁଳତା ଯୋଗୁଁ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହେଉଛି। ହୃଦଯନ୍ତ୍ର, ବୃକ୍‌କ, ଯକୃତ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଉଛି। ଅନ୍ୟପକ୍ଷରେ ମେଦବହୁଳତା ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ କୁପ୍ରଭାବ ପକାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏଥିସହ ମେଦବହୁଳ ବ୍ୟକ୍ତି ନାନାପ୍ରକାର ଦୁଃଶ୍ଚିନ୍ତାର ସମ୍ମୁଖୀନ ହେଉଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଏ ସମ୍ପର୍କରେ ଆମେରିକାସ୍ଥିତ ଏକ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର କହିଛନ୍ତି ମେଦବହୁଳ ବ୍ୟକ୍ତି କି ପ୍ରକାର ମାନସିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେ ସମ୍ପର୍କରେ ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ଯେଉଁ ତଥ୍ୟ ହସ୍ତଗତ ହେଲା ତାହା ଚିନ୍ତାଜନକ। ମେଦବହୁଳ ବ୍ୟକ୍ତିଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା କମୁଥିବା ଗବେଷଣାରୁ ଜଣାପଡ଼ିଲା। ଏଥିସହ ସେମାନେ ନାନାପ୍ରକାର ଦୁଃଶ୍ଚିନ୍ତାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ମେଦବହୁଳତା କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହି ତଥ୍ୟ ଆଗାମୀଦିନରେ ମେଦବହୁଳତା ସମସ୍ୟାର ମୁକାବିଲା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ