Thursday, October 1, 2026
28.6 C
Odisha

    ମହଙ୍ଗା ତେଲ ଛାଡ଼ନ୍ତୁ, ରୋଷେଇ ଘରର ଏହି ସାମଗ୍ରୀରେ ତିଆରି କରନ୍ତୁ ଗଣ୍ଠି ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ତେଲ

    ଆଗକୁ ପଢନ୍ତୁ

    ଗଣ୍ଠି ଯନ୍ତ୍ରଣା ଏବେ କେବଳ ବୟସ୍କଙ୍କ ସମସ୍ୟା ହୋଇ ରହିନାହିଁ ଯୁବପିଢ଼ି ମଧ୍ୟରେ ଦେଖା ଦେଇଛି । ଦୀର୍ଘ ସମୟ ଧରି ବସି ରହିବା, ଶାରୀରିକ ପରିଶ୍ରମର ଅଭାବ ଏବଂ ଅଧିକ ଓଜନ ଭଳି କାରଣରୁ କମ୍‌ ବୟସର ଲୋକଙ୍କ ମଧ୍ୟରେ ମଧ୍ୟ ଗଣ୍ଠି ଯନ୍ତ୍ରଣା ଦେଖାଦେଉଛି। ଏଭଳି ସମସ୍ୟାରେ ବଜାରରେ ମିଳୁଥିବା ବିଭିନ୍ନ ଯନ୍ତ୍ରଣାନାଶକ ତେଲ ବ୍ୟବହାର କରାଯାଏ। ତେବେ ଘରେ ଥିବା କିଛି ସାଧାରଣ ସାମଗ୍ରୀରେ ମଧ୍ୟ ଏକ ଆୟୁର୍ବେଦିକ ତେଲ ପ୍ରସ୍ତୁତ କରି ମାଲିସ୍‌ କରାଯାଇପାରେ।

    ଏହି ଘରୋଇ ତେଲ ପ୍ରସ୍ତୁତ କରିବା ପାଇଁ ଏକ କପ୍‌ ସୋରିଷ ତେଲ, ୮ରୁ ୧୦ଟି ରସୁଣ କୁଲା, ଅଳ୍ପ ପରିମାଣରେ ଘଷା ଅଦା, ଗୋଟିଏ ଚାମଚ ଜୁଆଣି, ୫ରୁ ୬ଟି ଲବଙ୍ଗ ଏବଂ ୮ରୁ ୧୦ଟି ତୁଳସୀ ପତ୍ର ଆବଶ୍ୟକ। ଏସବୁ ସାମଗ୍ରୀ ସାଧାରଣତଃ ରୋଷେଇ ଘରେ ସହଜରେ ମିଳିଥାଏ। ତେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ସୋରିଷ ତେଲ ନେଇ ଧୀମା ଆଞ୍ଚରେ ଗରମ କରନ୍ତୁ। ଏଥିରେ ରସୁଣ, ଜୁଆଣି, ତୁଳସୀ ପତ୍ର, ଘଷା ଅଦା ଏବଂ ଲବଙ୍ଗ ପକାଇ ଧୀମା ଆଞ୍ଚରେ ପ୍ରାୟ ୫ରୁ ୬ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ। ରସୁଣର ରଙ୍ଗ ବାଦାମୀ ହୋଇଗଲେ ଗ୍ୟାସ୍‌ ବନ୍ଦ କରି ତେଲକୁ ଥଣ୍ଡା କରନ୍ତୁ। ପରେ ଏହାକୁ ଛାଣି ଏକ ସଫା ବୋତଲରେ ରଖିପାରିବେ।

    ଏହି ତେଲକୁ ବ୍ୟବହାର କରିବା ବେଳେ ଅଳ୍ପ ପରିମାଣରେ ତେଲକୁ ହାଲୁକା ଗରମ କରି ଗଣ୍ଠିରେ ଲଗାଇପାରିବେ। ରାତିରେ ଶୋଇବା ପୂର୍ବରୁ କିମ୍ବା ଗାଧୋଇବା ପରେ ପ୍ରାୟ ୫ରୁ ୧୦ ମିନିଟ୍‌ ହାଲୁକା ହାତରେ ମାଲିସ୍‌ କରିବାକୁ ହେବ। ମାଲିସ୍‌ ପରେ ଗଣ୍ଠିକୁ ହାଲୁକା କପଡ଼ାରେ ବାନ୍ଧି ରଖିପାରିବେ। ଏହା ଯନ୍ତ୍ରଣାଗ୍ରସ୍ତ ସ୍ଥାନରେ ସାମୟିକ ଆରାମ ଦେଇପାରେ। ତେବେ ଗଣ୍ଠି ଯନ୍ତ୍ରଣାର କାରଣ ଅନେକ ହୋଇପାରେ। ତେଣୁ ଦୀର୍ଘ ସମୟ ଧରି ଯନ୍ତ୍ରଣା, ଅଧିକ ସୁଜନ, ଚାଲିବାରେ ସମସ୍ୟା କିମ୍ବା ଯନ୍ତ୍ରଣା ବଢ଼ିଚାଲିଲେ କେବଳ ଘରୋଇ ଉପଚାର ଉପରେ ନିର୍ଭର ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଚର୍ମରେ ଅ୍ୟାଲର୍ଜି କିମ୍ବା ଜ୍ୱଳନ ହେଲେ ମଧ୍ୟ ତେଲ ବ୍ୟବହାର ବନ୍ଦ କରିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ