ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳରେ ଘଟିଛି ଅଘଟଣ । ନାବାଳିକାଙ୍କୁ ବାହାଘର କରିଦିଆଯାଇଥିଲା । ଆଜି ଥିଲା ଚତୁର୍ଥୀ । ଜିଲ୍ଲା ଶିଶୁ ସୁରକ୍ଷା ଓ ସମାଜ ମଙ୍ଗଳ ବିଭାଗ ଏ ସମ୍ପର୍କରେ ଖବର ପାଇ ଚଢ଼ାଉ କରିଥିଲେ । ନାବାଳିକାଙ୍କୁ ଉଦ୍ଧାର କଲା ଟିମ୍ । ସଂପୃକ୍ତ ଯୁବକ ଫେରାର । ନାବାଳିକାଙ୍କ ବୟସ ୧୬ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୨୫ବର୍ଷ । ନାବାଳିକା ଜଣକ କେଉଁଝର ଅଞ୍ଚଳର ବୋଲି ଜଣାପଡ଼ିଛି । ଯୁବକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ଘଟଣାର ଅନୁସନ୍ଧାନ ଜାରି ରଖିଛି । ସେପଟେ ନାବାଳିକାଙ୍କ ପରିବାର ଲୋକେ ସଚେତନ ନଥିବାରୁ ବାହାଘର କରିଥିବା କହିଛନ୍ତି । ସେପଟେ ନାବାଳିକାଙ୍କ ଉପଯୁକ୍ତ ଥଇଥାନ ଓ ପାଠପଢ଼ା ଆଦିର ସମସ୍ତ ଦାୟିତ୍ବ ନେଇଛି ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ।