Wednesday, November 19, 2025
17 C
Odisha

    ମହଙ୍ଗା ପଡିଲା RTO ଅଫିସ ସାମ୍ନାରେ ଦଲାଲ ଗିରି, ୯ଜଣଙ୍କୁ ବାନ୍ଧିଲା କମିସନରେଟ ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର   :  ମହଙ୍ଗା ପଡିଲା RTO ଅଫିସ ସାମ୍ନାରେ ଦଲାଲ ଗିରି । ୯ଜଣ ଦଲାଲଙ୍କୁ ବାନ୍ଧିବା କମିସନରେଟ ପୋଲିସ । ଆରଟିଓ ଭୁବନେଶ୍ୱର ୧ ଆଗରେ ଦଲାଲରାଜ କରୁଥିବା 9ଜଣ ଦଲାଲଙ୍କୁ ଗିରଫ କରିଛି  କମିସନରେଟ ପୋଲିସ । ୯ଟି ଲାପଟପ୍ ସହ ୨ଟି ପ୍ରିଣ୍ଟର ଜବତ କରିଛି ସହୀଦ ନଗର ଥାନା ପୋଲିସ । DL,NOC,RC ଓ ଗାଡି ମାଲିକାନା ପଞ୍ଜିକରଣ ଆଳରେ ଲୋକଙ୍କଠୁ ମୋଟା ଅଙ୍କର ଟଙ୍କା ଲୁଟୁ ଥିଲେ । ଟଙ୍କା ନେଇ ଲୋକଙ୍କୁ ଭୁଆଁ ବୁଲାଉ ଚାଲୁଥିଲେ । DL ପିଛା ୨ହଜାର ଟଙ୍କା ।  NOC ପାଇଁ ପାଞ୍ଚ ହଜାର ଟଙ୍କା ଦାବି କରୁଥିଲେ । ବାରମ୍ବାର ଲୋକ ଦଲାଲଙ୍କ ହାବୁଡ଼ରେ ପଡ଼ି RTO ଅଫିସକୁ ଆସି ଦୋଡି ଦୋଡ଼ି ନୟାନ୍ତ ହେଉଥିଲେ । ଏନେଇ ବାରମ୍ବାର RTO ଙ୍କ ପାଖରେ ଅଭିଯୋଗ ପରେ ଏନେଇ ଭୁବନେଶ୍ୱର ଡିସିପି ଙ୍କ ନିର୍ଦ୍ଦେଶକ୍ରମେ ଦଲାଲଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଏପରିକି ପୁର୍ବରୁ ୨୦୨୨ରେ ମଧ୍ୟ ଗିରଫ ହୋଇଥିବା ଦଲାଲ ମଧ୍ୟ ଏଥର ଗିରଫ ହୋଇଛନ୍ତି ।

    ଆଚାର୍ଯ୍ୟ ବିହାର ଆରଟିଓ-୧ କାର୍ଯ୍ୟାଳୟ ସମ୍ମୁଖରେ କିଛି ଦଲାଲ ସକ୍ରିୟ ଅଛନ୍ତି ଏବଂ ଆରଟିଓ କର୍ମଚାରୀ ଭାବେ ନିଜକୁ ପରିଚୟ ଦେଇ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ/ନବୀକରଣ, ଏନଓସି, ମାଲିକାନା ହସ୍ତାନ୍ତର, ପଞ୍ଜୀକରଣ, ଫିଟନେସ୍ ସାର୍ଟିଫିକେଟ୍ ଓ ବୀମା ସହିତ ସମ୍ପର୍କିତ କାମ ପାଇଁ ଜନସାଧାରଣଙ୍କଠାରୁ ଅବୈଧ ଟଙ୍କା ଆଦାୟ କରୁଥିଲେ । ସେମାନେ ଅଫିସ୍ ସମ୍ମୁଖରେ ଲୋକଙ୍କୁ ଶସ୍ତା ଦରରେ ଶୀଘ୍ର ସେବା ପ୍ରଦାନ କରିବାର ଭ୍ରାମକ ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଥିଲେ । ଯାଞ୍ଚ ସମୟରେ, ଜନସାଧାରଣଙ୍କ ଚିହ୍ନଟ ଏବଂ ପୂର୍ବ ଠକେଇ ରିପୋର୍ଟ ଆଧାରରେ ୯ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା । ପଚରାଉଚରାରେ ସେମାନେ ନିଜକୁ ଆରଟିଓ କର୍ମଚାରୀ ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିବା, ଅନେକ ସମୟରେ ଡକ୍ୟୁମେଣ୍ଟ କିମ୍ବା ଫେରସ୍ତ ଟଙ୍କା ଦେଇନଥିବା ସ୍ୱୀକାର କରିଥିଲେ । ସେମାନେ ସରକାରୀ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଇ ପ୍ରତ୍ୟେକ ପୀଡିତଙ୍କଠାରୁ ପ୍ରାୟ ୫,୦୦୦/- ଟଙ୍କା ରୋଜଗାର କରୁଥିବା କଥା ମଧ୍ୟ କହିଥିଲେ । ସେମାନଙ୍କ କାରବାରରେ ବ୍ୟବହୃତ ୯ଟି ଲାପଟପ୍ ଏବଂ ୨ଟି ପ୍ରିଣ୍ଟର ଜବତ କରାଯାଇଛି ।

    ତଦନ୍ତରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅଭିଯୁକ୍ତମାନେ ନିୟମିତ ଭାବରେ ଆରଟିଓ କାର୍ଯ୍ୟାଳୟ ପାଖରେ ଏହି ଅବୈଧ କାର୍ଯ୍ୟ କରୁଥିଲେ, ନାଗରିକମାନଙ୍କୁ ସରକାରୀ କାଉଣ୍ଟର ପାଖକୁ ଯିବାରୁ ବାଧା ଦେଉଥିଲେ ଏବଂ ଠକେଇ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ । ସମସ୍ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରି ଅଭିଯୁକ୍ତମାନଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17 ° C
    17 °
    17 °
    70 %
    1.5kmh
    0 %
    Wed
    17 °
    Thu
    27 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ