Monday, August 17, 2026
23.6 C
Odisha

    ମହଙ୍ଗା ହେଲେ ବି ସ୍ବାସ୍ଥ୍ୟ ପାଇଁ ଉପହାର ସଦୃଶ ଏହି ଜିନିଷ, ଅନେକ ସମସ୍ୟାରୁ ଦିଏ ଆରାମ

    ଆଗକୁ ପଢନ୍ତୁ

    କେଶର କେବଳ ଏକ ମସଲା ନୁହେଁ । ବରଂ ସ୍ବାସ୍ଥ୍ୟ ପାଇଁ ଏହା ଏକ ଅପୂର୍ବ ଭଣ୍ଡାର । ହେଲେ ଏହା ଖୁବ୍ ମହଙ୍ଗା । ଏହା କ୍ରୋକସ୍ ସାଟିଭସ୍ ଫୁଲରୁ ଏହି କେଶର ଆସିଥାଏ । ଏହା ଆଖିକୁ ସୂତା ପରି ଦିଶୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । କେସର ଔଷଧୀୟ ଗୁଣରେ ଭରପୂର। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।

    କେଶରରେ କ୍ରୋସିନ୍, କ୍ରୋସେଟିନ୍ ଏବଂ ସାଫ୍ରାନାଲ ଭଳି ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଫ୍ରି ରାଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ । ଏହା ଚାପ ହ୍ରାସ କରେ ଏବଂ କ୍ୟାନସର, ହୃଦରୋଗ ଏବଂ ମଧୁମେହ ଭଳି ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରିପାରେ । ତେବେ ଆସନ୍ତୁ ଏହାର ଲାଭ ବିଷୟରେ ଜାଣିବା ।

    ଚର୍ମ ପାଇଁ ଲାଭଦାୟକ: ସୌନ୍ଦର୍ଯ୍ୟ ବୃଦ୍ଧି କରିବା କଥା ଆସିଲେ, ପ୍ରଥମେ କେଶରର ନାଁ ଆସେ । ଯାହା ବ୍ରଣ, କଳା ଦାଗ ଏବଂ ଦାଗ କମ କରିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଅନ୍ୟାନ୍ୟ ଗୁଣ ଅଛି । ଯାହା ପ୍ରଦାହ ଏବଂ ସଂକ୍ରମଣକୁ ହ୍ରାସ କରେ । ଏହା ଚର୍ମକୁ ଚମକ ଦେବାରେ ମଧ୍ୟ ସାହାଯ୍ୟ କରେ ।

    ପାଚନ ଶକ୍ତିକୁ ଉନ୍ନତ କରେ: ପ୍ରାକୃତିକ ଭାବରେ ପାଚନ କ୍ରିୟାକୁ ମଜବୁତ କରିବାରେ କେଶର ସାହାଯ୍ୟ କରେ । ସକାଳୁ କେଶର ପାଣି ପିଇବା ଦ୍ବାରା ଗ୍ୟାସ୍, ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ରକ୍ଷା କରିଥାଏ । ଏଥିସହ ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରି ପେଟକୁ ସଫା ରଖେ ।

    ଅନିଦ୍ରା ସମସ୍ୟା ଦୂର କରେ: ବର୍ତ୍ତମାନ ଖରାପ ଜୀବନଶୈଳୀ ପାଇଁ ଅନିଦ୍ରା ସମସ୍ୟା ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏଥିପାଇଁ କିନ୍ତୁ କେଶର ଲାଭଦାୟକ ହୋଇଥାଏ । କେଶର ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅନିଦ୍ରା ସମସ୍ୟାକୁ ଦୂର କରିବାରେ ସହାୟକ କରେ । ଏହା ମାନସିକ ଶାନ୍ତି ପ୍ରଦାନ କରି ଚାପ ଏବଂ ଚିନ୍ତାକୁ ମଧ୍ୟ ହ୍ରାସ କରେ ।

    ପିରିୟଡର୍ସ ପେନ୍ କମ୍ କରେ: କେଶର ଖାଇବା ଦ୍ବାରା ମହିଳାମାନଙ୍କର ପିରିୟଡର୍ସ ପେନ୍ କମ୍ ହୋଇଥାଏ । ଯାହା ଏଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରନ ଭଳି ହରମୋନ ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ ।

    ହାଡ଼କୁ ମଜବୁତ କରେ : କ୍ୟାଲସିୟମରେ ଭରପୂର, କେସର ହାଡ଼ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ହାଡ଼କୁ ମଜବୁତ କରେ ଏବଂ ସନ୍ଧି ଯନ୍ତ୍ରଣା ଏବଂ ଫୁଲା ଦୂର କରିବାରେ ସାହାଯ୍ୟ କରେ ।

    କ୍ୟାନସର ଆଶଙ୍କାକୁ କମ୍ କରେ: କେଶରରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟରୀ ଭଳି ଗୁଣ ରହିଛି । ଯାହା କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କାକୁ କମ୍ କରେ । ଏଥିସହ ଟ୍ୟୁମର ବୃଦ୍ଧିକୁ ମଧ୍ୟ ରୋକିପାରେ ।

    ଆଖି ପାଇଁ ଲାଭଦାୟକ : ଏଥିରେ ଥିବା ଔଷଧୀୟ ଗୁଣ ଆଖି ପାଇଁ ଖୁବ୍ ଫଳପ୍ରଦ ବୋଲି ପ୍ରମାଣିତ ହୋଇଆସୁଛି । ଯାହା ମୋତିଆବିନ୍ଦୁ ହେବାର ସମ୍ଭାବନାକୁ ରୋକିଥାଏ । ଏଥିସହ ଏହା ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।

    କେଶର ଆଖିକୁ ଛୋଟ ଦିଶୁଥିଲେ ମଧ୍ୟ ଏହା ଅନେକ ଉପକାରୀ ବୋଲି ସାବ୍ୟସ୍ତ ହେଉଛି । ତେଣୁ ଏହାକୁ ଛୋଟ ଭାବି ଅଣଦେଖା ଆଦୌ କରନ୍ତୁ ନାହିଁ । ଏହା ପ୍ରକୃତିର ଏକ ମୂଲ୍ୟବାନ ଉପହାର । ତେଣୁ ଏହି ସବୁ ସମସ୍ୟା ଥିଲେ ନିଶ୍ଚିତ କେଶର ଖାଆନ୍ତୁ । ଯାହା ଆପଣଙ୍କୁ ଏହି ସବୁ ନାନା ସମସ୍ୟାରୁ ଆରାମ ପ୍ରଦାନ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.6 ° C
    23.6 °
    23.6 °
    95 %
    3kmh
    100 %
    Mon
    28 °
    Tue
    25 °
    Wed
    29 °
    Thu
    26 °
    Fri
    29 °

    ସମ୍ବନ୍ଧିତ