Tuesday, July 29, 2025
23.5 C
Odisha

    ମହାକାଶରେ ନୂଆ ଇତିହାସ ରଚିବ ଇସ୍ରୋ, ଲଞ୍ଚ ହେବ ନିସାର ମିଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇସ୍ରୋ ଆଉ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଆସନ୍ତାକାଲି ଲଞ୍ଚ ହେବ ନିସାର ମିଶନ । ପ୍ରଥମ ଥର ପାଇଁ ନାସା-ଇସ୍ରୋ ସିନ୍ଥେଟିକ୍ ଆପରେଚର ରାଡାର(ନିସାର) ସାଟେଲାଇଟକୁ GSLV-S16 ଜରିଆରେ ମହାକାଶକୁ ପଠାଯିବ । ଆସନ୍ତାକାଲି ସନ୍ଧ୍ୟା ୫.୪୦ ମିନିଟ ସମୟରେ ଶ୍ରୀହରିକୋଟାର ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ।

    ନିସାର ମିଶନର ବଜେଟ୍ ରହିଛି ୧୨ ହଜାର ୫ଶହ କୋଟି ଟଙ୍କା । ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର ରାଡାର (ନିସାର) ସାଟେଲାଇଟ, ନାସା-ଇସ୍ରୋ ସହଭାଗିତାରେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି ବୋଲି ଇସ୍ରୋ ତରଫରୁ କୁହାଯାଇଛି । ପ୍ରତି ୧୨ ଦିନରେ ପୃଥିବୀର ଗୋଟିଏ ଘେରା ବୁଲିବ ଏହି ସାଟେଲାଇଟ୍ । ରାତି-ଦିନ ଏବଂ ସବୁ ଋତୁରେ ହାଇରିଜୋଲ୍ୟୁସନର ଡାଟା ପଠାଇବ । ଏହି ସାଟେଲାଇଟ୍ ସମୁଦ୍ର ସ୍ତରର ପରୀକ୍ଷାନିରୀକ୍ଷା ସହ ଜାହାଜଗୁଡିକୁ ସହଜରେ ଠାବ କରିପାରିବ। ବାତ୍ୟା ଉପରେ ନଜର ରଖିବା ସହ ଜଳ ସମ୍ପଦର ମ୍ୟାପିଂ ମଧ୍ୟ କରି ପାରିବ ।

    ଏହାରି ମଧ୍ୟରେ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, ନିସାର ମିଶନ ପରେ ଆସନ୍ତା ଡିସେମ୍ବରରେ ଇସ୍ରୋର ହ୍ୟୁମାନୋଏଡ ମିଶନ ରହିଛି। ଯେଉଁଥିରେ ରୋବୋଟ୍ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ଏହା ସଫଳରେ ହେଲେ ଆସନ୍ତା ବର୍ଷ ଆଉ ଦୁଇଟି ମାନବବିହୀନ ମିଶନ ଲଞ୍ଚ ହେବ । ସବୁ ପରୀକ୍ଷଣ ପରେ ମାର୍ଚ୍ଚ ୨୦୨୭ରେ ଇସ୍ରୋ ଲଞ୍ଚ କରିବ ଗଗନାୟନ ମିଶନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    93 %
    2.2kmh
    100 %
    Tue
    24 °
    Wed
    26 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ