Friday, April 3, 2026
39 C
Odisha

    ମହାକାଶରେ ସୁନିତାଙ୍କ ପଦଚାରଣ ରେକର୍ଡ

    ଆଗକୁ ପଢନ୍ତୁ

    ୱାଶିଂଟନ: ବିଗତ କିଛି ମାସ ଧରି ଆଇଏସଏସ୍‌ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ)ରେ ଅବସ୍ଥାନ କରୁଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମସ ମହାକାଶରେ ପଦଚାରଣ (ସ୍ପେସ୍‌ ୱାକ୍‌) ପ୍ରସଙ୍ଗରେ ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତମାସ ୩୦ରେ ସୁନିତା ମହାକାଶରେ ନବମ ଥର ପଦଚାରଣ କରି ସର୍ବାଧିକ ସମୟ ବିତାଇଛନ୍ତି ବୋଲି ଆମେରିକାର ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ପୂର୍ବରୁ ସର୍ବାଧିକ ୬୦ ଘଣ୍ଟା ୨୧ ମିନିଟ ପଦଚାରଣ କରିଥିବା ପେଗି ହ୍ବିଟସନ୍‌ଙ୍କ ନାମରେ ଏହି ରେକର୍ଡ ଲିପିବଦ୍ଧ ହୋଇଥିଲା। ଏଥରକୁ ମିଶାଇ ଆମେରିକାର ମହାକାଶଚାରୀମାନେ ମୋଟ ୯୨ ଥର ମହାକାଶରେ ପଦଚାରଣ କରିସାରିଲେଣି। ସୂଚନାଯୋଗ୍ୟ ସୁନିତା ଓ ବବ୍‌ ୱିଲମୋର ଗତବର୍ଷ ଜୁନରେ ମହାକାଶକୁ ଯାତ୍ରା କରିଥିଲେ। ତେବେ ମହାକାଶ ଯାନରେ ତ୍ରୁଟି ପରିଲକ୍ଷିତ ହେବାରୁ ​‌ସେମାନେ ଏପଯ୍ୟନ୍ତ ମହାକାଶରେ ଅଟକି ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ